ଜଗା ଶରଣରେ ତଲୱାର ଦମ୍ପତି ! ଶ୍ରୀକ୍ଷେତ୍ରରେ ପହଂଚି ନେଲେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ

46

କନକ ବ୍ୟୁରୋ : ଜଗନ୍ନାଥଧାମରେ ବହୁ ଚର୍ଚ୍ଚିତ ଆରୁଷୀ ଏବଂ ହେମରାଜ ହତ୍ୟା ମାମଲାରେ ଦୋଷମୁକ୍ତ ହୋଇଥିବା ତଲୱାର ଦମ୍ପତି । ରାଜେଶ ତଲୱାର ଏବଂ ନୁପୁର ତଲୱାର ଆଜି ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଝିଅକୁ ହତ୍ୟା ମାମଲାରେ କୋର୍ଟ ଦୋଷମୁକ୍ତ କରିବା ପରେ ବି ତଲୱାର ଦମ୍ପତିଙ୍କ ମାନସିକ ସ୍ଥିତି ଭଲ ନାହିଁ । ଏବେବି ଝିଅକୁ ହରାଇବାର ଦୁଃଖ ମନରୁ ଯାଇନି । ଏହାରି ଭିତରେ ଦୀର୍ଘ ୮ବର୍ଷ ଧରି ଜେଲଜୀବନ କଟାଇଛନ୍ତି ତଲୱାର ଦମ୍ପତି । ଦୀର୍ଘଦିନର ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଆଜି ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଏହି ଦମ୍ପତି । ଜଗନ୍ନାଥ ଧାମ ବୁଲିବା ପରେ ମାନସିକ ଦୁଶ୍ଚିନ୍ତା ଦୂର ହେବ ବୋଲି ତାଙ୍କର ଆଶା ।

ପୁରା ମାମଲା କଣ ଥିଲା – ୨୦୦୮ ମେ ୧୬ ତାରିଖରେ ତଲୱାର ଦମ୍ପତିଙ୍କ ଝିଅ ଆରୁଷି ତଲୱାରଙ୍କ ମୃତଦେହ ତାଙ୍କ ନୋଏଡାସ୍ଥିତ ଘରୁ ମିଳିଥିଲା । ଏହି ହତ୍ୟା ତାଙ୍କ ଘରର ଚପରାସୀ ହେମରାଜ କରିଥିବା ସନ୍ଦେହ କରାଯାଇଥିଲା । ତା ପରଦିନ ଅର୍ଥାତ ମେ ୧୭ ତାରିଖରେ ହେମରାଜଙ୍କ ମୃତଦେହ ମଧ୍ୟ ମିଳିଥିଲା । ଏହି ଘଟଣା ସେତେବେଳେ ଦେଶରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ହତ୍ୟା ପଛରେ ପୋଲିସ ଆରୁଷିଙ୍କ ବାପା ରାଜେଶ ଓ ମା ନୁପୁର ତଲୱାରଙ୍କ ହାତଥିବା ସନ୍ଦେହ କରିଥିଲା । ୨୦୦୮ ମେ ୨୩ ତାରିଖରେ ଆରୁଷିଙ୍କ ବାପା ରାଜେଶ ତଲୱାର ଗିରଫ ହୋଇଥିଲେ ।

ସେହିବର୍ଷ ଜୁନ ପହିଲାରେ ଘଟଣାର ତଦନ୍ତଭାର ସିବିଆଇକୁ ଦିଆଯାଇଥିଲା । ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀ ଏହି ନିର୍ଦ୍ଦେଶ ଦେଇଥିଲେ । ଗାଜିଆବାଦର ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୬ ନଭେମ୍ବର ୨୦୧୩ରେ ରାଜେଶ ଓ ତାଙ୍କ ସ୍ତ୍ରୀ ନୁପୁର ତଲୱାରଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଏହା ବିରୋଧରେ ତଲଓା୍ୱର ଦମ୍ପତି ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ