ଟି- ଟ୍ୱେଂଟିରେ ଟ୍ରିପଲ ସେଂଚୁରୀ ! ୭୨ ବଲରେ ୩୦୦ ରନ୍ କରି ଇତିହାସ ରଚିଲେ ବ୍ୟାଟସମ୍ୟାନ୍ ମୋହିତ ଅହଲାୱତ

22

କନକ ବ୍ୟୁରୋ: ଟି-ଟ୍ୱେଂଟି କ୍ରିକେଟରେ ବିରଳ ରେକର୍ଡ । ଇତିହାସ ରଚିଲେ ଦିଲ୍ଲୀର ବ୍ୟାଟସମ୍ୟାନ୍ ମୋହିତ ଅହଲାୱତ । ମାତ୍ର ୭୨ ବଲ୍ ଖେଳି ମୋହିତ କରିଛନ୍ତି ଅପରାଜିତ ୩ ଶହ ରନ୍ । ଏହି ମାରାଥନ୍ ଇନିଂସରେ ସାମିଲ ଅଛି ୩୯ ଛକା ସହ ୧୪ଟି ଚୌକା । ଦିଲ୍ଲୀରେ ଆୟୋଜିତ ଟି ଟ୍ୱେଂଟି କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଏଭଳି ବିରଳ ରେକର୍ଡ କରି ବିଶ୍ୱର ଇଙ୍ଗ ବଡ କ୍ରିକେଟରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ୨୧ ବର୍ଷୀୟ ମୋହିତ ।

ମାୱି ଏକାଦଶ ଓ ଫ୍ରେଣ୍ଡସ୍ ଏକାଦଶ ମଧ୍ୟରେ ଚାଲିଥିବା ମ୍ୟାଚ୍ ବେଳେ ସେ ବ୍ୟକ୍ତିଗତ ୩ ଶହ ରନ୍ କରିଥିଲେ । ମାୱି ଏକାଦଶ ପାଇଁ ଓପନିଂ ବ୍ୟାଟିଂ କରିବାକୁ ଆସି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ବ୍ୟକ୍ତିଗତ କୀର୍ତ୍ତିମାନ ସୃଷ୍ଟି କରିଥିଲେ । ଶେଷ ୫ଟି ବଲରେ ଛକ୍କା ମାରିବା ସହ ଦଳକୁ ୪୧୬ ରନର ବିଶାଳ ସ୍କୋରରେ ପହଂଚାଇଥିଲେ ମୋହିତ ।