ନିର୍ବାଚନ ପୂର୍ବର ବଜେଟରେ କାହା ପାଇଁ ଖୋଲିବ ଅର୍ଥର ଭଣ୍ଡାର : ରୋଜଗାରର ଗ୍ୟାରେଂଟି ଓ କୃଷକଙ୍କୁ ପେନସନ ସହ ଋଣଛାଡ ପାଇଁ ଆସିଲା ପ୍ରସ୍ତାବ

39

କନକ ବ୍ୟୁରୋ : ରାଜନୀତିର ଲଢେଇ  ଭିତରେ ଏବେ  ଅର୍ଥନୀତିର ପରୀକ୍ଷା ସାଧାରଣ ନିର୍ବାଚନ ପୂର୍ବରୁ ଫେବୃୟାରୀ ମଧ୍ୟଭାଗରେ  ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି  ରାଜ୍ୟ ସରକାର । ତେଣୁ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଏହି ବଜେଟ ଯେତେବଡ ସୁଯୋଗ , ଅର୍ଥନୀତିର ପରୀକ୍ଷାରେ ପାସ୍ କରିବା ମଧ୍ୟ ସେତିକି ବଡ ଚ୍ୟାଲେଂଜ । ପୂର୍ବତନ  ଅର୍ଥମନ୍ତ୍ରୀ , ସଚିବ  ଓ ବିଶେଷଜ୍ଞଙ୍କ ଆଲୋଚନାରେ ସମସ୍ତଙ୍କୁ  ରୋଜଗାରର ଗ୍ୟାରେଂଟି ନେଇ ମଧ୍ୟ ପ୍ରସ୍ତାବ ଆସିଛି । ପ୍ରଥମେ ୮ଟି ଖଣି ଜିଲ୍ଲାରେ  ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ  ଭାବେ ଗ୍ରହଣ କରି ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାକୁ ବଢାଇବା ପାଇଁ ପ୍ରସ୍ତାବ ଦିଆଯାଇଛି।

କୃଷକ ଆତ୍ମହତ୍ୟା ଘଟଣା ହେଉ କିମ୍ବା  ଚକଡା ପୋକଲାଗି  ବ୍ୟାପକ କ୍ଷୟକ୍ଷତି ହେଉ , ଏସବୁ ଘଟଣା ନବୀନ ସରକାରଙ୍କୁ  କାଠଗଡାରେ ଠିଆ କରିଛି । ତେଣୁ ଚାଷୀଙ୍କ ପାଇଁ  ସରକାର ବିଶେଷ ଘୋଷଣା କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ନିର୍ବାଚନ ପୂର୍ବରୁ  ଏହି ବଜେଟ ଉପସ୍ଥାପନ ହେବାକୁ  ଯାଉଥିବାରୁ  ସରକାର ସବୁ ବର୍ଗଙ୍କୁ  ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବେ । ତେଣୁ ବଜେଟର ଆକାର ଏକ ଲକ୍ଷ କୋଡିଏ କୋଟି ହୋଇପାରେ ବୋଲି ଆକଳନ କରାଯାଉଛି । ଆଉ ସରକାରଙ୍କ ଆଗରେ ଚ୍ୟାଲେଂଜ ବି ବଢିବ ।

୧ – ସପ୍ତମ ବେତନ କମିଶନ ପାଇଁ ଅଧିକ  ଅର୍ଥ ବରାଦ୍

୨ –ପେଟ୍ରୋଲ/ଡିଜେଲର ଜିଏସଟି ଲାଗୁ ହେଲେ ଆୟ କମିବ

୩ –ଶିକ୍ଷକଙ୍କୁ ନିୟମିତ ଓ ନିଯୁକ୍ତି ପାଇଁ  ଅଧିକ ବ୍ୟୟବରାଦ

୪ – ନୂଆ ନୂଆ ଯୋଜନା ପାଇଁ ବ୍ୟୟ ବରାଦ ବଢାଇବାକୁ ହେବ

୫- କୃଷି ଓ କୃଷକଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ହେବ

ଲଗାତାର ୪ର୍ଥ ଥର ପାଇଁ ଶାସନ ଗାଦିରେ ବସିଥିବା ବିଜେଡି ସରକାର ପାଇଁ ୧୯ ନିର୍ବାଚନ ଏକ ବଡ ଚ୍ୟାଲେଂଜ ହୋଇ ଠିଆ ହୋଇଛି । ଆଉ ତା’ ପୂର୍ବରୁ ଏହି ବଜେଟ୍  ସେତିକି ଗୁରୁତ୍ୱପୂର୍ଣ୍ଣ  ହୋଇପଡିଛି । ତେଣୁ ଅଥନୀତିର ଏହି ପରୀକ୍ଷାରେ ରାଜନୀତିର ସମନ୍ୱୟ ନବୀନଙ୍କ ପାଇଁ ନିଶ୍ଚୟ ଏକ ଆହ୍ୱାନ ।