ସିମ୍ କହିବ ଆପଣଙ୍କର କେଉଁ କେଉଁ ନମ୍ବର ହୋଇଛି ଆଧାର ସହ ଲିଙ୍କ ! ଜାଣନ୍ତୁ କିପରି

21

ସମସ୍ତ ସରକାରୀ ଏବଂ ବେସରକାରୀ ସେବାର ଲାଭ ଉଠାଇବାକୁ ହେଲେ ଆଧାର କାର୍ଡ ରହିବା ନିହାତି ଜରୁରୀ ହୋଇପଡିଛି । କେନ୍ଦ୍ର ସରକାରଙ୍କର ଏଭଳି ଘୋଷଣା ପରେ ପରେ ଏବେ ଆଧାର ବିନା ସବୁ ଅଚଳ ହୋଇପଡିଛି । ବ୍ୟାଙ୍କରୁ ଟଙ୍କା ଉଠାଇବାଠାରୁ ଆରମ୍ଭ କରି ମୋବାଇଲ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁ ସେବା ପାଇଁ ଆଧାର ଥିବା ଅତ୍ୟାବଶ୍ୟକ ହୋଇପଡିଛି । ଇତି ମଧ୍ୟରେ ଏସବୁ ସେବା ସହ ନିଜର ଆଧାର ନମ୍ବରକୁ ଲିଙ୍କ କରିବା ବି ବାଧ୍ୟତାମୂଳକ କରିଦିଆଯାଇଛି । ଯଦି ଆପଣ ଏସବୁ ସେବାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ ନିଜର ଆଧାର ନମ୍ବର ଲିଙ୍କ କରିଦିଅନ୍ତୁ ।

ଅନ୍ୟପଟେ, ଏହାକୁ ଦୃଷ୍ଟିରେ ରଖି ୟୁଆଇଡିଏଆଇ ତରଫରୁ ସମସ୍ତ ଟେଲିକମ କଂପାନୀଗୁଡିକୁ ନିଜର ଗ୍ରାହକଙ୍କୁ ଏକ ଏଭଳି ସୁବିଧା ଦେବାକୁ ନିର୍ଦ୍ଦେଶ ଦେଇଛି ଯାହା ଦ୍ୱାରା ଗ୍ରାହକମାନେ ଜାଣିପାରିବେ କି ସେମାନଙ୍କର କେଉଁ କେଉଁ ସିମ ଆଧାର ସହିତ ଲିଙ୍କ ହୋଇଛି ।

ୟୁଆଇଡିଏଆଇ କହିବାନୁସାରେ, ଏହା ଦ୍ୱାରା ସିମର ଦୁରୁପଯୋଗକୁ କିଛି ମାତ୍ରାରେ ଦୂର କରାଯାଇପାରିବ । ପ୍ରାଧିକରଣ ସମକ୍ଷରେ ଏଭଳି ପ୍ରକାରର ଘଟଣା ସାମ୍ନାକୁ ଆସିଛି କି, କିଛି ଖୁଚୁରା ଦୋକାନୀ, ଅପରେଟର ଏବଂ ଟେଲିକମ କଂପାନୀଗୁଡିକର ଏଜେଂଟ ନୂଆ ସିମ ଜାରି କରିବା, ନମ୍ବରର ପୁର୍ନାରମ୍ଭ କରିବା ପାଇଁ ଆଧାରର ଦୁରୁପଯୋଗ କରୁଛନ୍ତି । ଏବଂ ସେମାନେ ଏହା ଜରିଆରେ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ସିମ ଦେଇଦେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଟେଲିକମ କଂପାନୀମାନଙ୍କୁ ସତର୍କ କରାଯାଇଛି କି , ସେମାନେ ନିଶ୍ଚିତ କରନ୍ତୁ କି ଖୁଚୁରା ଦୋକାନୀ କିମ୍ବା ଏଜେଂଟ କୌଣସି ପ୍ରକାରର ହେରଫେର ନକରନ୍ତୁ ।

ଟେଲିକମ କଂପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି କି, ସେମାନେ ଏହି ନୂଆ ସୁବିଧା ୧୫ ମାର୍ଚ୍ଚ ସୁଦ୍ଧା ଆରମ୍ଭ କରିଦିଅନ୍ତୁ ବୋଲି । ଏହି ସୁବିଧା ଅନୁସାରେ, ଉପଭୋକ୍ତା ଏସଏମଏସ ଜରିଆରେ ଜାଣିପାରିବେ କି ସେମାନଙ୍କର ମୋବାଇଲ ନମ୍ବର ଆଧାର ସହ ଲିଙ୍କ ହୋଇଛି କି ନାହିଁ । ଏଥିସହିତ ସେମାନଙ୍କର ଆଧାର ନମ୍ବର କେତୋଟି ମୋବାଇଲ ନମ୍ବର ସହିତ ଲିଙ୍କ ହୋଇଛି ତାହା ମଧ୍ୟ ଏହି କେବଳ ଏକ ଏସଏମଏସ ଜରିଆରେ ହିଁ ପାଇପାରିବେ ।