ଚର୍ଚ୍ଚାରେ ଜିଓ ମାଲିକଙ୍କ ପୁଅର ବିବାହ କାର୍ଡ । ଯିଏ ପାଇବ ହୋଇଯିବ ମାଲାମାଲ୍

57

ସୋସିଆଲ ମିଡିଆରେ ପୁଣି ଥରେ ଚର୍ଚ୍ଚାରେ ଅମ୍ବାନୀ ପରିବାର । ଏଥରକ କିନ୍ତୁ କୌଣସି ଶସ୍ତା ମୋବାଇଲ କି ମାଗଣା ଡାଟା ପାଇଁ ନୁହେଁ ବରଂ ବିବାହ କାର୍ଡକୁ ନେଇ ଅମ୍ବାନୀ ପରିବାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେବେ ବିବାହ କାର୍ଡଟି ହେଉଛି ଜିଓ ମାଲିକ ତଥା ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କର । ବଡ କଥା ହେଲା, ଆକାଶଙ୍କର ବିବାହ କାର୍ଡଟି ଏବେ ବିଭିନ୍ନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଟ୍ରେଣ୍ଡିଂ କରୁଛି ଆଉ ଚର୍ଚ୍ଚା ଚାଲିଛି କି, ଯାହାକୁ ବି ଏହି କାର୍ଡ ମିଳିବ ତାର ଭାଗ୍ୟ ବଦଳି ଯିବ ।

ସୂଚନା ମୁତାବକ, ଏହି ବିବାହ କାର୍ଡ କୌଣସି ସାଧାରଣ ଲୋକ ପାଇଁ ତିଆରି କରାଯାଇନି ବରଂ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ତଥା ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ପାଇଁ ସ୍ୱତନ୍ତ୍ର ଭାବେ ବନାଯାଇଛି । ତେବେ ଆକାଶ ଅମ୍ବାନୀଙ୍କ ବିବାହ ତାରିଖ ସଂପର୍କରେ ତ ଆମକୁ ବିଶେଷ କିଛି ସୂଚନା ମିଳିପାରି ନାହିଁ, ହେଲେ ଇଂଟରନେଟରେ ଭାଇରାଲ୍ ହୋଇଥିବା ଖବର ମୁତାବକ, ଆକାଶଙ୍କର ବିବାହ ଚଳିବ ମାସ ଶେଷ ସପ୍ତାହରେ ହୋଇପାରେ ।

ହେଲେ ଆକାଶଙ୍କ ବିବାହ ପୂର୍ବରୁ କିନ୍ତୁ ତାଙ୍କର ବିବାହ କାର୍ଡ ଚର୍ଚ୍ଚାରେ ରହିଛି । ତେବେ କାର୍ଡର ଦାମ ଯେତେ ରହିଛି, ସେଥିରୁ ଜଣେ ସାଧାରଣ ଲୋକ ନିଜର ବିବାହର ସମସ୍ତ ଖର୍ଚ୍ଚ ବହନ କରିପାରିବ । ଖାଲି ଏତିକି ନୁହେଁ ଆଇଫୋନ ଏକ୍ସର ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଟି ମଧ୍ୟ ଫୋନ କିଣିପାରିବ ଏବଂ ନିଜ ବନ୍ଧୁଙ୍କୁ ଏକ ଭଲ ଉପହାର ଦେଇପାରିବେ । ଏଥିସହିତ ଜଣେ ବ୍ୟକ୍ତି ଏଥିରେ ବ୍ୟବସାୟ ବି ଆରମ୍ଭ କରିପାରିବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ଯେଉଁଥିରୁ ଆପଣ ଅନ୍ଦାଜ ଲଗେଇପାରିବେ କି ଆକାଶ ଅମ୍ବାନୀଙ୍କ ବିବାହ କାର୍ଡର ମୂଲ୍ୟ କେତେ ହୋଇଥିବ ।

ଏଠାରେ ଆମେ କହି ରଖୁଛି କି, ମୁକେଶ ଅମ୍ବାନୀଙ୍କ ନାଁ ଦୁନିଆର ସବୁଠାରୁ ଧନୀ ଲୋକଙ୍କ ତାଲିକାରେ ସ୍ଥାନ ପାଇଛି । ପ୍ରତିଷ୍ଠିତ ମାଗାର୍ଜିନ ଫୋବର୍ସରେ ତାଙ୍କୁ ଭାରତର ସବୁଠୁ ଧନୀ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି । ବିବାହ କାର୍ଡର ଦାମ ସଂପର୍କରେ ଆମେ ତ କୌଣସି ପ୍ରକାରର ଯୁକ୍ତି କରିପାରିବୁ ନାହିଁ ହେଲେ ସୋସିଆଲ ମିଡିଆରେ ଛାଇଥିବା ଖବର ମୁତାବକ ଆକାଶଙ୍କର ବିବାହ କାର୍ଡ ଶୁଦ୍ଧ ସୁନାରେ ତିଆରି କରାଯାଇଛି । ସୂଚନା ମୁତାବକ, ଆକାଶଙ୍କର ଏହି ବିବାହ କାର୍ଡରେ ସୁନ୍ଦର ସୁନ୍ଦର ପାରମ୍ପରିକ କାରୁକାର୍ଯ୍ୟ ଚିତ୍ରଣ କରାଯାଇଛି । ଯେଉଁକାରଣରୁ ବିବାହ କାର୍ଡର ଦାମ ପାଖାପାଖି ଦେଢ ଲକ୍ଷ ଟଙ୍କା ହୋଇପାରେ ବୋଲି ଅନପମାନ କରାଯାଉଛି ।