ଶେଷ ହେଲା କଳ୍ପନା ଜଳ୍ପନା ! ଆସନ୍ତାକାଲି ବଜାରକୁ ଆସିବ ୨ଶହ ଟଙ୍କିଆ ନୋଟ୍ ,ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ

77

ଆରବିଆଇ ଜାରି କଲା ୨୦୦ ଟଙ୍କିଆ ନୋଟର ରୂପରେଖ ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟ । ଯାହାକୁ କେନ୍ଦ୍ରୀୟ ବ୍ୟାଙ୍କ ଆସନ୍ତା କାଲିଠାରୁ ସାରା ଦେଶରେ ଜାରି କରିବାକୁ ଯାଉଛି । ଏହାର ଅର୍ଥ ହେଲା କି, ଶୁକ୍ରବାର ଦିନଠାରୁ ଦେଶର ସମସ୍ତ ବ୍ୟାଙ୍କ ଏବଂ ଏଟିଏମରେ ଏହି ନୋଟ୍ ମିଳିଳା ଆରମ୍ଭ ହୋଇଯିବ ।

ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣନର ଉର୍ଜିତ ପଟେଲଙ୍କ ସ୍ୱାକ୍ଷରିତ ମହାତ୍ମା ଗାନ୍ଧୀ ସିରିଜର ୨୦୦ ଟଙ୍କିଆ ନୋଟର ରଙ୍ଗ ଗାଢ ହଳଦିଆ ରହିଛି । ନୋଟରେ ସାମଗ୍ରୀକ ରଙ୍ଗମେଳ ସହିତ ଉଭୟ ପାଶ୍ୱରେ ରହିଛି ଅନ୍ୟାନ୍ୟ ଡିଜାଇନ୍ ସହ ଜ୍ୟାମିତିକ ଆକୃତିମାନ । ମୋଟ ଉପରେ କହିବାକୁ ଗଲେ ଦେଶର ସାଂସ୍କୃତିକ ଐତିହ୍ୟକୁ ଏହି ନୋଟରେ ସ୍ଥାନ ଦିଆଯାଇଛି ।

୨୦୦ ଟଙ୍କିଆ ନୋଟର ବୈଶିଷ୍ଟ୍ୟ

•  ନୋଟର ବାମ ପାଶ୍ୱର୍ରେ ନୋଟ୍ ଛପାଯିବାର ବର୍ଷ ଲେଖାଯାଇଛି

• ଉର୍ଜିତ ପଟେଲଙ୍କ ସ୍ୱାକ୍ଷରିତ ମହାତ୍ମା ଗାନ୍ଧୀ ସିରିଜର ୨୦୦ ଟଙ୍କିଆ ନୋଟର ରଙ୍ଗ ରହିଛି ଗାଢ ହଳଦିଆ

•  ସ୍ଲୋଗାନ ସହିତ ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ଏଥିରେ ସ୍ଥାନ ପାଇଛି

•  ଦେଶର ସମସ୍ତ ପ୍ରମୁଖ ଭାଷାଗୁଡିକର ପାନେଲ ରହିଛି

•  ନୋଟର ମଧ୍ୟ ଭାଗରେ ସାଂଚିସ୍ତୂପର ଚିତ୍ର ରହିଛି

•  ଦେବନଗରୀ ଭାଷାରେ ମୂଲ୍ୟବର୍ଗ ଅଙ୍କ ୨୦୦ ଲେଖା ଯାଇଛି

•  ବ୍ୟାଙ୍କ ନୋଟର ଆକାର ରହିଛି ୬୬ ମିମିରେ ୧୪୬ ମିମି

ବଜାରକୁ ଆସିବାକୁ ଥିବା ୨୦୦ ଟଙ୍କିଆ ନୋଟ୍ ସଂପର୍କରେ କିଛି ରୋଚକ ତଥ୍ୟ

କଣ ପାଇଁ ୨୦୦ ଟଙ୍କା

ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଓ ବିମୁଦ୍ରାକରଣ କାରଣରୁ ବ୍ୟାଙ୍କମାନଙ୍କରେ ମୁଦ୍ରାର ପରିମାଣ ଅହେତୁକ ଭାବେ ବୃଦ୍ଧି ପାଇଛି । ବଜାରରେ ଛୋଟ ମୁଦ୍ରା ଅଧିକ ପରିମାଣରରେ ଥିବା ବେଳେ, ୫୦୦ ଟଙ୍କା ପରେ ସିଧାସଳଖ ୨୦୦୦ ଟଙ୍କା ବାଜରରେ ଅନେକ ଅସଙ୍ଗତି ଆଣିଛି । ଯାହାର ପ୍ରଭାବ ମଧ୍ୟ ଲୋକଙ୍କ ଉପରେ ପଡୁଛି, ଖାସ କରି ଖୁଚୁରା ବଜାର କ୍ଷେତ୍ରରେ ।

ବ୍ୟାଙ୍କରେ ଅତ୍ୟଧିକ କ୍ୟାସ

ଏଟିଏମରେ ମୋଟ ୧୦,୦୦୦ ନୋଟ୍ ରହୁଥିବାବେଳେ କେବଳ ୧୦୦ ଟଙ୍କିଆ ନୋଟ୍ ରହିଲେ, ଏହାକୁ ବହନ ଓ ରକ୍ଷଣ ପାଇଁ ଅଧିକ ଖର୍ଚ୍ଚ ଆବଶ୍ୟକ । ଏଥିରୁ ଆମେ ଜାଣି ପାରିବା ଯେ, କେବଳ ଏଟିଏମ ଗୁଡିକରେ ହିଁ ୨୫,୦୦୦ କୋଟି ଟଙ୍କା ପଡିରହିଛି ।

ସନ୍ତୁଳନ ରକ୍ଷା କରିବା

ଛୋଟ ମୁଦ୍ରାର ଅଧିକ ବ୍ୟବହାର ଓ କମ୍ ଯୋଗାଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହ ସାଧାରଣ ଖାଉଟିର କଲ୍ୟାଣ ପାଇଁ ୨୦୦ ଟଙ୍କିଆ ନୋଟର ପ୍ରଚଳନ ଅତ୍ୟନ୍ତ ଆବଶ୍ୟକ । କାରଣ, ବଜାରରେ ୨୦୦୦ ଟଙ୍କା ଭଳି ବଡ ମୁଦ୍ରାର ବ୍ୟବହାର କଷ୍ଟଦାୟକ ଅଟେ ।

ସୁରକ୍ଷା ଓ ଉଠାଣ

ସୂଚନା ମୁତାବକ, ଏହି ନୂତନ ୨୦୦ ଟଙ୍କାରେ ଅତ୍ୟାଧୂନିକ ସୁରକ୍ଷା ବ୍ୟବସ୍ଥାର ବ୍ୟବହାର କରାଯାଇଛି । ଯାହାଦ୍ୱାରା ଏହାକୁ ନକଲ କରିବାରେ ମୁସ୍କିଲ ହେବ । ଏହା ଭାରତରେ ପ୍ରଥମ କରି ପ୍ରଚଳନ କରାଯିବ , ତେଣୁ ନୋଟକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇବାରେ ଲାଗିଛି ।

୧ଟଙ୍କିଆ ନୋଟର ପ୍ରଚଳନ

ଦ୍ୱିତୀୟରେ ଏହି ନୋଟ ଗୁଡିକ ପ୍ରାଥମିକ ସ୍ତରରେ କେବଳ ବ୍ୟାଙ୍କ ମାଧ୍ୟମରେ ଉଠାଣ କରାଯିବ । ତା ସହିତ ନୂତନ କରି ୧ ଟଙ୍କିଆ ନୋଟକୁ ମଧ୍ୟ ଆରବିଆଇ ପ୍ରଚଳନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଯାହାକି ୧ ଟଙ୍କିଆ କଏନର ଅନୈତିକ କାରବାରକୁ ରୋକିବାରେ ସହାୟତା କରିବ ।