ବଡ ଖବର: ମାସକ ପାଇଁ ବନ୍ଦ ହୋଇପାରେ ଫେସବୁକ୍ । କାରଣ ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ

53

ଏଭଳି ଅନେକ ଦେଶ ରହିଛି ଯେଉଁଠି ଫେସବୁକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ଫେସବୁକକୁ ନେଇ କିଛିଦିନ ହେଲା ସାରା ଦେଶରେ ବଢିବାରେ ଲାଗିଛି ହିଂସା, ଦଙ୍ଗା ତଥା ଅପ୍ରତିକର ପରସ୍ଥିତି । ପ୍ରଥମେ ଡାଟା ଲିକ୍ ଖବର ଓ ପରେ ପରେ ଲୋଗୋ ଏବଂ କଂପାନୀମାନଙ୍କର ଫେସବୁକ୍ ପେଜ ଡିଲିଟ୍ କରାଯାଉଥିବା ଖବର ସାମ୍ନାକୁ ଆସିଛି । ଇତି ମଧ୍ୟରେ ପୁଣି ଏକ ଖବର ଆସିଛି Papua New Guineanରୁ । ଯେଉଁଠି ଫେସବୁକ ଉପରେ ମାସକ ପାଇଁ ପ୍ରତିବନ୍ଧକ ଲଗାଯିବା ନେଇ ଯୋଜନା ଚାଲିଛି ।

ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଏଠିକାର ସଂଚାର ମନ୍ତ୍ରୀ ତଥା ଶ୍ୟାମ ବାସିଲଙ୍କ କହିବା କଥା ହେଲା, ଏହି ପ୍ରତିବନ୍ଧକ ଦ୍ୱାରା Papua New Guinean ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ବିଭାଗ ଅଧ୍ୟୟନ କରିବାରେ ସକ୍ଷମ ହେବେ କି ୟୁଜର୍ସଙ୍କ ଦ୍ୱାରା ସୋସିଆଲ ନେଟୱର୍କିଂ ସାଇଟଗୁଡିକୁ କିଭଳି ବ୍ୟବହାର କରାଯାଉଛି ଏବଂ କିଭଳି ଫେକ୍ ଆକାଉଂଟଗୁଡିକୁ ଖୋଜି ଖୋଜି ସେଗୁଡିକୁ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।

ବାସିଲ କହିଛନ୍ତି କି, ଏହି ସମୟ କାଳ ମଧ୍ୟରେ ଫେସବୁକରେ ଫେକ୍ ଆକାଉଂଟ ଖୋଲି ଦେଶରେ ଆତଙ୍କ ଖେଳାଉଥିବା ୟୁଜର୍ସଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ଅଶ୍ଳୀଳ ଏବଂ ଆପତିଜନକ ଫଟୋ, ଭିଡିଓ ପୋଷ୍ଟ କରୁଥିବା ଏବଂ ମିଥ୍ୟା ଖବର ପ୍ରଚାର କରି ସାଧାରଣ ଜନତାକଙ୍କୁ ଭୟଭୀତ କରୁଥିବା ଲୋକଙ୍କୁ ଚିହ୍ନଟ କରାଯାଇପାରିବ ।

ତେବେ ସରକାରଙ୍କ ତରଫରୁ ଏଭଳି ନିଷ୍ପତି କାମ୍ବ୍ରିଜ ଏନାଲିଟିକା ସ୍କାଣ୍ଡେଲକୁ ଦୃଷ୍ଟିରେ ରଖି ହିଁ ନିଆଯାଉଛି । ଯଦିଓ ଶ୍ୟାମ ବାସିଲଙ୍କ ଏହି ନିଷ୍ପତି ଉପରେ ଫେସବୁକ୍ ତରଫରୁ ସେଭଳି କିଛି ପ୍ରତିକ୍ରିୟା ମିଳିପାରିନାହିଁ ତେବେ ମାସକ ପାଇଁ ଫେସବୁକ୍ ଉପରେ ପ୍ରତିବନ୍ଧକ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି ।