ଗ୍ରାହକଙ୍କ ଉପରେ ଢାଳିଦେଲେ ତତଲା ତେଲ ! ଖାଇବା ନିମ୍ନ ମାନର ନେଇ ଅଭିଯୋଗ ପଡିଲା ମହଙ୍ଗା : ଭିଡିଓ ଭାଇରାଲ୍

22

ମହାରାଷ୍ଟ୍ର : ଦୋକାନୀ ପାଇଁ ଗ୍ରାହକ ଈଶ୍ୱର ସଦୃଶ । ଏକଥା ଅନେକ ହୋଟେଲ ଓ ଦୋକାନ ଆଦିରେ ଲେଖାଥାଏ । ବେଳେବେଳେ ଦୋକାନୀ – ଗ୍ରାହକଙ୍କ ମଧ୍ୟରେ କଳିତର୍କ ହେବାର ନଜିର ଥାଏ । ଆଉ ଏ ଝଗଡା ପୁରା ବଡ ଆକାରର ଧାରଣ କରିଥାଏ । ମହାରାଷ୍ଟ୍ରର ଉଲ୍ଲାସନଗରରେ ଘଟିଛି ଏମିତି ଏକ ଘଟଣା । ଯେଉଁ ଘଟଣାର ଭିଡିଓ ଏବେ ଚର୍ଚ୍ଚାରେ । ଘଟିଥିବା ଏହି ହୃଦୟବିଦାରକ ଘଟଣାରେ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଠାରେ ଏକ ଚାଇନିଜ୍ ଫୁଡ୍ ଷ୍ଟଲରେ ଜଣେ ବିକ୍ରେତା ଗ୍ରାହକଙ୍କ ଉପରେ ତତଲା ତେଲ ଫିଙ୍ଗିବାର ନଜର ଆସୁଛି । ଯାହାର କାରଣ ଥିଲା ଯେ, ଗ୍ରାହକ ଜଣକ ନିମ୍ନ ମାନର ଖାଦ୍ୟକୁନେଇ କରିଥିଲେ ଅଭିଯୋଗ ।

ଏହି ଘଟଣାର ଭିଡିଓ ଏବେ ଲାଗିଛି ପୁଲିସ ହାତରେ । ଏହାକୁ ନେଇ ମଧ୍ୟ ଚାରିଆଡେ ଆଲୋଚନା । ଭିଡିଓରେ ପୁରା ସଫା ସଫା ନଜର ଆସୁଛି ଯେ ଜଣେ ବିକ୍ରେତା ତେଲ ପାତ୍ରକୁ ଖୋଲି କଡେଇରେ ଢାଳୁଛି । ଏବଂ ସେଥିରୁ ତେଲ କାଢି ଗ୍ରାହକଙ୍କ ଉପରେ ଫୋପାଡୁଛନ୍ତି । ଯେଉଁଥିରେ ସେ ପୁରା ଦରପୋଡା ହୋଇଯାଉଛନ୍ତି । ଭିଡିଓରେ ଦେଖାଯାଉଛି ଯେ ସେହି ଷ୍ଟଲର ବିକ୍ରେତା ଗୋଟିଏ ଥର ନୁହେଁ ତିନି ଥର ଗ୍ରାହକଙ୍କ ଉପରକୁ ତତଲା ତେଲ ପକାଉଛି ।

ମିଳିଥିବା ସୂଚନା ଅନୁସାରେ , ପୀଡିତ ସେହି ବିକ୍ରେତା ପାଖକୁ ସେଠାର ଖାଦ୍ୟକୁ ନେଇ କିଛି ଅଭିଯୋଗ କରିଥିଲେ । ଆଉ ଏହା ଭିତରେ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ସେଠାରେ ଭଙ୍ଗାରୁଜା ଆରମ୍ଭ ହୋଇଥିିଲା । ଭିଡିଓରେ ପୀଡିତ ଓ କିଛି ଲୋକ ଷ୍ଟଲରେ ଥିବା କିଛି ଜିନିଷ ଉଠାଇ ଫିଙ୍ଗିବାର ଦେଖାଯାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିକ୍ରେତା ଗ୍ରାହକଙ୍କ ଉପରେ ଗରମ ତେଲ ପକାଇ ଦେଇଥିଲେ ।

ଏହି ଘଟଣା ପରେ ପୀଡିତ ବ୍ୟକ୍ତି ନିଜର ଭାଇଙ୍କୁ ଫୋନ କରିଥିଲେ । ସେ ପୀଡିତଙ୍କୁ ପାଖ ଡାକ୍ତରଖାନାକୁ ନେଇ ଯାଇଥିଲେ । ଏତଲା ପରେ ପୁଲିସ୍ ସଂପୃକ୍ତ ବିକ୍ରେତାଙ୍କୁ ଗିରଫ କରିଥିଲେ । ଆଉ ମଧ୍ୟ ଷ୍ଟଲର ବିକେତାଙ୍କ ପକ୍ଷରୁ ଭଙ୍ଗାରୁଜା କରିବା ନେଇ ଏତଲା ଦିଆଯାଇଛି ।
( ସୌଜନ୍ୟ- ଏନଡିଟିଭି)