୭୫ ହଜାର ଟଙ୍କା ଦେବେ ମୋଦି ସରକାର । ହେଲେ ଘରେ ବସି ଆପଣଙ୍କୁ କରିବାକୁ ହେବ ଏହି ଛୋଟିଆ କାମ

244

ଟଙ୍କା ରୋଜଗାର କରିବାକୁ ସାଧାରଣ ଜନତାଙ୍କୁ ମୋଦି ସରକାର ଏକ ବହୁତ ବଡ ସୁଯୋଗ ଦେଉଛନ୍ତି , ଯେଉଁଠି ଆପଣ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ଆଉ ସେ ବି ପୁଣି ଘରେ ବସି । ଏଥିପାଇଁ ଆପଣଙ୍କୁ ଅନ୍ୟ କେଉଁଠିକୁ ବି ଦୌଡିବାକୁ ପଡିବ ନାହିଁ । ହେଲେ ଗୋଟିଏ କାମ କିନ୍ତୁ ଆପଣଙ୍କୁ କରିବାକୁ ହେବ । ତେବେ ତାହା କଣ ସେ ସଂପର୍କରେ ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

ଲୋଗୋ ପ୍ରସ୍ତୁତ କରନ୍ତୁ

ଆପଣଙ୍କୁ ଘରେ ବସି ଗୋଟିଏ ଲୋଗୋ ପ୍ରସ୍ତୁତ କରିବାକୁ ପଡିବ, ଯଦି ଆପଣ ଡିଜାଇନ କରିଥିବା ଲୋଗୋଟି ସବୁଠାରୁ ଭଲ ବୋଲି ପ୍ରମାଣିତ ହୁଏ ତେବେ ମୋଦି ସରକାର ଆପଣଙ୍କୁ ୭୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବେ । ୟୁନିୟନ ପବ୍ଲିକ ସର୍ଭିସ କମିଶନ ଏହାର ଆୟୋଜନ କରିଛି ।

ସୂଚନା ମୁତାବକ, ୟୁନିୟନ ପବ୍ଲିକ ସର୍ଭିସ କମିଶନ ନିଜର ଲୋଗୋ ପରିବର୍ତ୍ତନ କରିବାକୁ ଯାଉଛି । ହେଲେ ନୂଆ ଲୋଗୋ ପ୍ରସ୍ତୁତ କରିବାର କାମ କୌଣସି ପ୍ରୋଫେସନାଲକୁ ଦେବା ପରିବର୍ତ୍ତେ ସରକାର ସାଧାରଣ ଜନତାଙ୍କୁ ଏହାକୁ ପ୍ରସ୍ତୁତ କରିବାକୁ ସୁଯୋଗ ଦେଉଛନ୍ତି । ଯଦି ଆପଣ ବି ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନିକଟରେ ୧୧ ଡିସେମ୍ବର ସନ୍ଧ୍ୟା ୬ଟା ଯାଏ ସମୟ ରହିଛି । ଯେତେବେଳେ ଆପଣ ଆପଣଙ୍କର ଏଂଟ୍ରି ସବମିଟ କରିବେ ସେତେବେଳେ ଆପଣଙ୍କୁ ତା ସହିତ ଏକ ଛୋଟିଆ ଇନଟ୍ରୋ ବି ଦେବାକୁ ପଡିବ । ଏହି ଇନଟ୍ରୋରେ ଆପଣଙ୍କୁ ଆପଣ ପ୍ରସ୍ତୁତ କରିଥିବା ଲୋଗୋ ସଂପର୍କରେ କିଛି ଲେଖି ବାକୁ ହେବ । ଏଥିସହିତ ହିଁ ଜଣାଇବାକୁ ହେବ କି, କିଭଳି ୟୁନିୟନ ପବ୍ଲିକ ସର୍ଭିସ କମିଶନକୁ ପ୍ରଦର୍ଶିତ କରିଥାଏ ।

କିଭଳି କରିବେ ଆବେଦନ

ନିଜର ଏଂଟ୍ରି ପଠାଇବା ପାଇଁ ସର୍ବ ପ୍ରଥମେ ଧ୍ୟାନ ରଖିବେ କି ଆପଣଙ୍କର ମାଇଜିଓ ଡଟ୍ ଇନରେ ପ୍ରୋଫାଇଲ ଅପ୍ ଟୁ ଡେଟ ହୋଇଛି କି ନାହିଁ । ଏଭଳି ନହେବା ଦ୍ୱାରା ଆପଣଙ୍କ ତରଫରୁ କରାଯାଇଥିବା ଏଂଟ୍ରି ଗ୍ରହଣ କରାଯିବ ନାହିଁ ।
ଏହି କାର୍ଯ୍ୟକ୍ରମ ସଂପର୍କରେ ଅଧିକ ସୂଚନା ଜାଣିବା ପାଇଁ ଆପଣ www.upsc.gov.in କୁ ଯାଇ ଜାଣିପାରିବେ । ଯଦି ଏହା ପରେ ବି ଯଦି ଆପଣଙ୍କର କୌଣସି ଦ୍ୱନ୍ଦ୍ୱ ରହିଛି ତେବେ anilkumar-upsc@gov.in କୁ ଇମେଲ ପଠାଇ ପାରିବେ । ଏହାଛଡା ଆପଣ ୦୧୧-୨୩୩୮୨୪୧୫ ନମ୍ବରରେ କଲ କରି ସୂଚନା ପାଇପାରିବେ ।