ଆସୁଛି ଡିଜିଟାଲ୍ ନୋଟ୍ ! ଜାଣନ୍ତୁ କିଭଳି ହେବ ଏହି ନୋଟର ବ୍ୟବହାର

ଦୁଇ ପ୍ରକାରର ଜାରି ହେବ ଡିଜିଟାଲ ନୋଟ୍

339

ଖୁବ୍ ଶୀଘ୍ର ଡିଜିଟାଲ ନୋଟ୍ ଜାରି କରିପାରନ୍ତି ସରକାର । ଏନେଇ ଆର୍ଥିକ ମାମଲାକୁ ନେଇ ଗଠନ ହୋଇଥିବା କମିଟି ନିଜ ଡ୍ରାଫ୍ଟ ରିପୋର୍ଟରେ ସୁପାରିସ କରିଛି । ତେବେ ଏହି ଡିଜିଟାଲ କରେନ୍ସି ଅବିକଳ କାଗଜର ନୋଟ୍ ଭଳି ହିଁ କାମ କରିବ । ହେଲେ ଏହା ଉପରେ ସୁଧ ବି ମିଳିବ । ଡିଜିଟାଲ କରେନ୍ସି ଆସିବା ଦ୍ୱାରା ଅନେକ ପରିବର୍ତ୍ତନ ମଧ୍ୟ ଆସିପାରେ । ମନିଟାରୀ ପଲିସିରୁ ଆରମ୍ଭ କରି କଳାଧନକୁ ଟ୍ରାକ୍ କରିବାରେ ମଧ୍ୟ ସହାୟକ ମିଳିବ ।

ମୋବାଇଲ ଓାଲେଟରେ ରହିବ ଡିଜିଟାଲ ନୋଟ୍

ପ୍ରସ୍ତାବ ମୁତାବକ, କାଗଜ ନୋଟ ଲାଇନରେ  ଡିଜିଟାଲ ନୋଟ ଜାରି କରାଯାଇପାରିବ । ଡିଜିଟାଲ ନୋଟକୁ ଆପଣ ଆପଣଙ୍କର ମୋବାଇଲ ୱାଲେଟରେ ରଖିପାରିବେ । ନଚେତ ଆପଣ ଏହାକୁ ଆପଣଙ୍କର ବ୍ୟାଙ୍କ ଆକାଉଂଟରେ ବି ରଖିପାରିବେ । ଡିଜିଟାଲ ନୋଟର ସର୍କୁଲେସନକୁ ଗୋପନୀୟତା ରଖାଯିବ । ସେହିପରି କାଗଜ ନୋଟ ଭଳି ଡିଜିଟାଲ ନୋଟର ସର୍କୁଲେସନ ଉପରେ ଆରବିଆଇର ନିୟନ୍ତ୍ରଣ ବି ରହିବ ।

ଦୁଇ ପ୍ରକାରର ଜାରି ହେବ ଡିଜିଟାଲ ନୋଟ୍

କମିଟି ଅନୁସାରେ,  ଦୁଇ ପ୍ରକାରର  ଡିଜିଟାଲ ନୋଟ ଜାରି କରାଯିବ ।  ଗୋଟିଏ ଡିଜିଟାଲ ନୋଟ, ଯେଉଁଥିରେ କୌଣସି ସୁଧ ରହିବନି ଆଉ ତାର ଦାମ ସବୁବେଳେ ସେତିକି ହିଁ ରହିବ । ଅନ୍ୟ ଡିଜିଟାଲ ନୋଟ୍ , ଯେଉଥିରେ ସୁଧ ମିଳିବ । ଅର୍ଥାତ୍ ଯେଉଁ ଡିଜିଟାଲ ନୋଟ ଯାହା ପାଖରେ ଯେତେ ସମୟ ରହିବ , ତା ଉପରେ ସୁଧ ଦିଆଯିବ ।

ତେବେ ସୁଧ ବାଲା ଡିଜିଟାଲ ନୋଟର ବ୍ୟବହାର ସରକାର ବଣ୍ଡ ଭଳି ଇନଷ୍ଟ୍ରୁମେଂଟର ବିକଳ୍ପ ଆଧାରରେ କରିପାରିବେ । କମିଟିର କହିବା କଥା ହେଲା କି, ଡିଜିଟାଲ ନୋଟକୁ ଜାରି କରିବା ପାଇଁ କ୍ୱାଇନ ଆକ୍ଟ ଏବଂ ଆରବିଆଇ ଆକ୍ଟରେ କିଛି ପରିବର୍ତ୍ତନ କରିବାକୁ ହେବ ।