ରିପୋର୍ଟରେ ହେଲା ବଡ ଖୁଲାସା: ଅପରାଧୀ ନେତାଙ୍କ ମାମଲାରେ ବି ସମସ୍ତଙ୍କ ଆଗରେ ବିଜେପି ଆଉ ଦ୍ୱିତୀୟରେ…….

70

ଜନତା ବାଛିଥିବା ନେତା ତଥା ଜନପ୍ରତିନିଧୀମାନଙ୍କ ବିରୋଧରେ ରହିଛି ଅନେକ ସଙ୍ଗୀନ ମାମଲା  । ଯାହାର ଖୁଲାସା ନିକଟରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ହୋଇଛି । ରିପୋର୍ଟରେ ଉଲ୍ଲେଖ ରହିଛି କି, ଭାରତୀୟ ଜନତା ପାର୍ଟିର ଉଭୟ ସାଂସଦ ଏବଂ ବିଧାୟକ ଏହି ତାଲିକାର ସବୁଠାରୁ ଶୀର୍ଷରେ ରହିଛନ୍ତି ।

ସୂଚନା ମୁତାବକ, ଭାରତୀୟ ଜନତା ପାର୍ଟିର ପାଖାପାଖି ୧୬ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ରହିଛି ଅପହରଣ ସମ୍ବନ୍ଧିତ ଅପରାଧୀକ ମାମଲା । ଯାହାକି ଭାରତରେ ଥିବା ସମସ୍ତ ରାଜନୈତିକ ଦଳମାନଙ୍କଠାରୁ ସବୁଠାରେ ଅଧିକ ରହିଛି । ବର୍ତ୍ତମାନ ୪,୮୬୭ ସାଂସଦ ଏବଂ ବିଧାୟକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଶପଥପତ୍ରର ଏକ ବିଶ୍ଳେଷଣରୁ ଏହି ଖୁଲାସା ହୋଇଛି । ନିର୍ବାଚନ ଏବଂ ରାଜନୀତିକ ସୁଧାର ପାଇଁ କାମ କରୁଥିବା ବେସରକାରୀ ସଂଗଠନ ତଥା ଏନଜିଓ ତଥା ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ ଦ୍ୱାରା ସୋମବାର ଦିନ ଏହି ରିପୋର୍ଟ ଜାରି କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି କି, ପାଖାପାଖି ୭୭୦ ଜଣ ସାଂସଦ ଏବଂ ୪,୦୮୬ ଜଣ ବିଧାୟକ ଶପଥପତ୍ରରୁ ଏହା ଖୁଲାସା ହୋଇଛି କି, ୧,୦୨୪ ତଥା କିଛି ୨୧ ପ୍ରତିଶତ ଦେଶର ଉଭୟ ସାଂସଦ-ବିଧାୟକମାନେ ଖୋଦ୍ ଘୋଷଣା କରିଛନ୍ତି କି ସେମାନଙ୍କ ବିରୋଧରେ ଗଭୀର ଅପରାଧିକ ମାମଲା ରହିଛି ।

୧୭ ଦଳର ନେତାମାନଙ୍କ ବିରୋଧରେ ରହିଛି ମାମଲା

ଏଥିମଧ୍ୟରୁ ୬୪ ଜଣ ନିଜ ବିରୋଧରେ ଅପହରଣ ସମ୍ବନ୍ଧିତ ମାମଲା ରହିଥିବା ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୭ ଜଣଙ୍କର ବିଭିନ୍ନ ରାଜନୀତି ଦଳ ସହିତ ସମ୍ପର୍କ ରହିଥିବା ବେଳେ , ଯେବେକି ଚାରି ଜଣ ନିର୍ଦଳୀୟ ରହିଛନ୍ତି ଆଉ ବଡ କଥା ହେଉଛି ଏହି ସୂଚୀରେ ବିଜେପିର ସ୍ଥାନ ରହିଛି ସବୁଠାରୁ ଶୀର୍ଷରେ । ସେହିପରି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ । ତେବେ ଉଭୟ ଦଳର ୬-୬ ସଦସ୍ୟ ଏହି ତାଲିକାରେ ସାମିଲ ଅଛନ୍ତି ।

ବିଜେପି ନେତାମାନଙ୍କ ବିରୋଧରେ ସବୁଠାରୁ ଅଧିକ ମାମଲା

ଏଡିଆର ସୂତାବକ, ଯେଉଁ ୬୪ ଜଣ ନେତା ନିଜ ବିରୋଧରେ ଅପହରଣ ଅଭିଯୋଗ ଥିବା କହିଛନ୍ତି ସେମାନଙ୍କ ମଧ୍ୟରୁ ୧୭ ଜଣ ରାଷ୍ଟ୍ରିୟ ପାର୍ଟିମାନଙ୍କର ରହିଛି । ସଂଗଠନ ମୁତାବକ, ଅପରାଧୀ ବୋଲି ଘୋଷଣା କରିଥିବା ନେତାମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ବିଧାୟକ-ସାଂସଦ (୧୬ଜଣ) ବିଜେପିର ବୋଲି କୁହାଯାଇଛି ।