ଶସ୍ତା ଡାଟା ଏବଂ ଫୋନ ପରେ ଏବେ ବେକାରୀଙ୍କୁ ଚାକିରି ଦେବ ଜିଓ ! ଜାଣନ୍ତୁ କିପରି କରିବେ ଆବେଦନ . . .

47

ପ୍ରଥମେ ମାଗଣା ଡାଟା ଓ ପରେ ଶସ୍ତା ଫୋନ ଲଂଚ କରି ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିବା ରାଲିଏନ୍ସ ଜିଓ ଏବେ ଆଉ ଗୋଟିଏ ପାଦ ଆଗେଇବାକୁ ଯାଉଛି । ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ତଥା ମୁକେଶ ଅମ୍ବାନୀ ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଅଂଟା ଭିଡିଛନ୍ତି ଏବଂ ଅମ୍ବାନୀଙ୍କ ଏଭଳି ପଦକ୍ଷେପ ପରେ ପାଖାପାଖି ୮୦ ହଜାର ଲୋକ ରୋଜଗାରକ୍ଷମ ହେବେ ବୋଲି ଆଶା କରାଯାଉଛି । ତେବେ ମୁକେଶ ଅମ୍ବାନୀଙ୍କ ଏହି ଅଭିଯାନ ଆସାମରେ ଆରମ୍ଭ ହେବାକୁ ଯାଉଛି ।

ସୂଚନା ମୁତାବକ, ଜିଓ ମାଲିକ ମୁକେଶ ଅମ୍ବାନୀ ଆସାମରେ ବିଭିନ୍ନ କ୍ଷେତ୍ରରେ ପାଖାପାଖି ଅଢେଇ ହଜାର କୋଟି ଟଙ୍କାର ନିବେଶ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି । ନିକଟରେ ଅମ୍ବାନୀ ଆସାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏକଥା କହିଛନ୍ତି । ମୁକେଶ କହିଛନ୍ତି କି, ସେ ରିଟେଲ, ପେଟ୍ରୋଲିୟମ, ଟେଲିକମ, ପର୍ଯ୍ୟଟନ ଏବଂ ଖେଳ ଆଦି କ୍ଷେତ୍ରରେ ଟଙ୍କା ନିବେଶ କରିବେ । ଏହାଦ୍ୱାରା ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟରେ ଅତି କମରେ ୮୦ ହଜାର ଲୋକଙ୍କୁ ରୋଜଗାର ମିଳିବ ।

ଅମ୍ବାନୀ ଆହୁରୀ ମଧ୍ୟ କହିଛନ୍ତି କି, ରାଜ୍ୟର ସମସ୍ତ ୧୪୫ ତହସିଲ ମୁଖ୍ୟ କାର୍ଯ୍ୟାଳୟରେ ନିଜ ଆଧିପତ୍ୟ ବିସ୍ତାର କରିବେ । ଏହାପୂର୍ବରୁ ବି କଂପାନୀ ରାଜ୍ୟର ପାଖାପାଖି ୨୦ ହଜାର ଚାକିରି କ୍ଷେତ୍ର ସୃଷ୍ଟି କରିସାରିଛନ୍ତି । ଯାହାକୁ ପରବର୍ତ୍ତୀ ସମୟରେ ବୃଦ୍ଧି କରାଯାଇ ଏକ ଲକ୍ଷ ପର୍ଯ୍ୟନ୍ତ ପହଂଚାଇବାକୁ ଆଶା ରହିଛି ।

ଅମ୍ବାନୀ କହିଛନ୍ତି କି, ଗତ ବର୍ଷ ରାଜ୍ୟରେ ପାଂଚ ହଜାର କୋଟି ଟଙ୍କା ନିବେଶ କରାଯାଇସାରିଛି । ରାଜ୍ୟରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ଇକୋ-ଟୁରିଜିମକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ରିଲାଏନ୍ସ ଫାଉଣ୍ଡେସନ ରାଜ୍ୟ ସରକାରଙ୍କ ସହ ମିଶି କୌଣସି ଗୋଟିଏ ବିଶ୍ୱବିଦ୍ୟାଳୟରେ ଏକ କେନ୍ଦ୍ର ସ୍ଥାପନା କରିବେ ।