ଅଚଳ ହୋଇଯିବ ଆପଣଙ୍କର ମୋବାଇଲ୍ ! ଯଦି ସ୍ମାର୍ଟଫୋନରେ ପ୍ରତିଦିନି କରୁଥିବେ ଏଭଳି କାର୍ଯ୍ୟ

53

ସ୍ମାର୍ଟଫୋନର ବ୍ୟବହାର ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ଏଥିସହିତ ସ୍ମାର୍ଟଫୋନରେ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ଆମେ ଆପଣଙ୍କୁ କିଛି ଏଭଳି ସାଧାରଣ ସମସ୍ୟା ସଂପର୍କରେ ଅବଗତ କରାଇବୁ ଯାହାକୁ ଆପଣ ସ୍ମାର୍ଟଫୋନ ବ୍ୟବହାର କରିବା ସମୟରେ କରିଥାନ୍ତି । ଆମେ ଆଜି ଆପଣଙ୍କୁ ୧୦ଟି ଏଭଳି କାମ ସଂପର୍କରେ ଜଣାଇବୁ ଯାହା ଅଧିକାଂଶ ଲୋକ ନିଜ ସ୍ମାର୍ଟଫୋନ ସହ କରିଥାନ୍ତି । ହେଲେ ଏପରି କରିବା ଉଚିତ ନୁହେଁ । କାରଣ ଏହାଦ୍ୱାରା ଫୋନ ଅଚଳ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅନନୋନ ସର୍ଭିସରୁ ଆପ ଇନଷ୍ଟଲ କରିବା

ଅନନୋନ ତଥା ଅଜଣା ସର୍ଭିସରୁ ଆପଗୁଡିକୁ ଇନଷ୍ଟଲ କରିବା ଆଦୌ ଉଚିତ ନୁହେଁ । ଗୁଗଲ ପ୍ଲେ ଷ୍ଟୋର ବ୍ୟତୀତ ଅନ୍ୟ କୌଣସି ସ୍ଥାନରୁ ଏପିକେ ଫାଇଲ ଡାଉନଲୋଡ କରି ଇନଷ୍ଟଲ କରିବା ଦ୍ୱାରା ଫୋନ ପାଇଁ ବିପଦଜ୍ଜନକ ହୋଇଥାଏ । ସେହିପରି ଅନେକ ଭାଇରସ ଆଟାକ ହେବାର ମଧ୍ୟ ସମ୍ଭାବନା ବଢିପାରେ ।

ରିସେଂଟ ଆପ ବନ୍ଦ କରିବା

ରିସେଂଟ ଆପକୁ ମାନୁଆଲି ବାରମ୍ବାର ବନ୍ଦ କରି ଯଦି ଆପଣ ଭାବିଥିବେ କି ଆପଣଙ୍କର ଫୋନ ପୂର୍ବପେକ୍ଷା ଆହୁରି ଫାଷ୍ଟ ହୋଇଯିବ ତେବେ ଆପଣଙ୍କର ଏଭଳି ଚିନ୍ତାଧାରା ସଂପୂର୍ଣ୍ଣ ଭାବେ ଭୁଲ ଅଟେ । କାରଣ ଏଭଳି କରିବା ଦ୍ୱାରା ଫୋନ ଫାଷ୍ଟ ନୁହେଁ ବରଂ ଆହୁରୀ ଖରାପ ହୋଇଯାଇଥାଏ ।

ଆଂଟିଭାଇରସ

ଆଣ୍ଡ୍ରଏଡ ଫୋନରେ ଆଂଟିଭାଇରସର ଆବଶ୍ୟକତା ପଡିନଥାଏ । ଯଦି ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ଆପ ଇନଷ୍ଟଲ କରୁଛନ୍ତି ତେବେ ଆଂଟିଭାଇରସର କୌଣସି ଆବଶ୍ୟକତା ପଡିନଥାଏ । ବରଂ ଏହା ଆପଣଙ୍କର ଫୋନକୁ ସ୍ଲୋ କରିଦେଇଥାଏ ।

ବ୍ୟାଟେରୀ ସେଭର

ଫୋନରେ ବ୍ୟାଟେରୀ ସେଭର ଇନଷ୍ଟଲ କରିବା ଅନୁଚିତ । କାରଣ ଏହା କୌଣସି କାମରେ ଲାଗିନଥାଏ । ସେହିପରି କେବଳ ଅନ୍ୟ ଆପଗୁଡିକୁ ବନ୍ଦ କରିଦେଇଥାଏ ।

ଫେକ୍ ଆପ

ଫେକ ଆପକୁ ଫୋନରେ ଇନଷ୍ଟଲ କରନ୍ତୁ ନାହିଁ । କିଛି ଆପ ଦାବି କରିଥାନ୍ତି କି ଯଦି ଆପଣଙ୍କର ଫୋନରେ ଫିଙ୍ଗର ପ୍ରିଂଟ ସେନସର ନାହିଁ ତେବେ ଏହି ଆପ ଜରିଆରେ ଆପଣଙ୍କର ଏପରି କରିପାରିବେ । ତେବେ ଏଭଳି ଆପକୁ ଆଦୌ ଇନଷ୍ଟଲ କରନ୍ତୁ ନାହିଁ ।

କ୍ଲିୟର କ୍ୟାସ ମେମୋରୀ

କୌଣସି ବି କ୍ୟାସ୍ ମେମୋରା କ୍ଲିୟର କରୁଥିବା ଆପକୁ ଇନଷ୍ଟଲ କରନ୍ତୁ ନାହିଁ । କାରଣ ଏହାଦ୍ୱାରା କୌଣସି ବି ଲାଭ ମିଳିନଥାଏ । ବରଂ ସ୍ମାର୍ଟଫୋନର କ୍ଷତି ହିଁ ଘଟିଥାଏ ।

ଫେକ୍ ମେସେଜ

ଫେକ୍ ମେସେଜର ପ୍ରଲୋଭନରେ ଆସି ଫାଲତୁ ଆପକୁ ଇନଷ୍ଟଲ କରନ୍ତୁ ନାହିଁ । କାରଣ ଏଭଳି ଆପ ଆପଣଙ୍କର ଫୋନ ପାଇଁ ଖତରନାକ ପ୍ରମାଣିତ ହୋଇଥାଏ ।

ରୁଟିଂ

ଯଦି ରୁଟିଂ ସଂପର୍କରେ ଆପଣଙ୍କୁ ଜଣାନାହିଁ ତେବେ ରୁଟିଂ ବିଲକୁଲ କରନ୍ତୁ ନାହିଁ । ରୁଟିଂ କରିବା ପୂର୍ବରୁ ଏସଂପର୍କରେ ପୂରା ତଥ୍ୟ ଜାଣିରଖନ୍ତୁ । ଏହାପରେ ଯାଇ ହିଁ ରୁଟିଂ କରନ୍ତୁ ।

ଇଗନୋର ଆପ ପରମିସନ

ଯଦି କୌଣସି ବି ଆପ ଫୋନର ଏଭଳି ଆକସେସ ମାଗିଥାଏ ଯାହାକି ଆବଶ୍ୟକତା ନଥାଏ ତେବେ ଏହାକୁ ଅନୁମତି ଆଦୌ ଦିଅନ୍ତୁ ନାହିଁ ।

ଫୋନ ରିଷ୍ଟାର୍ଟ କରନ୍ତୁ

ଫୋନକୁ ଆପଣ ଲଗାତର ଭାବେ ବ୍ୟବହାର କରୁଥିବେ । ଏଥିପାଇଁ ଫୋନକୁ ବ୍ରେକ୍ ଦେବା ପାଇଁ ତାକୁ ୫ରୁ ୬ ଦିନରେ ଥରେ ରିଷ୍ଟାର୍ଟ ନିଶ୍ଚୟ ରୂପେ କରନ୍ତୁ ।