ଆପଲ ସହ-ପ୍ରତିଷ୍ଠାତାଙ୍କ ଠାରୁ ବିଟକଏନ ଚୋରି : ଅନଲାଇନରେ ହେଲେ ଠକାମିର ଶିକାର

51

ଆପଲ ସହ-ପ୍ରତିଷ୍ଠାତା ଷ୍ଟିଭ ୱଜନିଆକଙ୍କ ବିଟକଏନ ହୋଇଯାଇଛି ଚୋରି । କେହିଜଣେ ତାଙ୍କୁ ଧୋକା ଦେଇ ୭ ଟି ବିଟକଏନ ଚୋରି କରିନେଇଛି । ‘ଅନଲାଇନ କ୍ରେଡିଟ କାର୍ଡ ମାଧ୍ୟମରେ ତାଙ୍କଠାରୁ ବିଟକଏନ କିଣିଲେ ଓ କ୍ରେଡିଟ କାର୍ଡ ପେମେଣ୍ଟକୁ ରଦ୍ଦ କରିଦେଲେ । ଚୋରି ହୋଇଯାଇଥିବା କ୍ରେଡିଟ୍ କାର୍ଡ ନମ୍ବରରେ ତାହା କରାଯାଇଥିବାରୁ ତାହା ଫେରିପାଇବେନି ବୋଲି ସେ ‘ବିଶ୍ୱ ବ୍ୟାପାର ଶିଖର ସମ୍ମିଳନୀ’ରେ କହିଛନ୍ତି ।

ଆଜିର ମୂଲ୍ୟରେ ବିଟକଏନର ମୂଲ୍ୟ ପାଖାପାଖି ୧୦,୨୦୦ ଡଲାର । ସେହି ମୂଲ୍ୟରେ ୱଜନିଆକଙ୍କ ଚୋରି ହୋଇଥିବା କ୍ରିପ୍ଟୋକରେନ୍ସିର ମୂଲ୍ୟ ପାଖାପାଖି ୭୧,୪୦୦ ଡଲାର । “ ମୋ ପାଇଁ ବିଟକଏନ ଏକ ମୁଦ୍ରା ଥିଲା ଯାହା ସରକାରଙ୍କ ଦ୍ୱାରା ପ୍ରଭାବିତ ହୋଇନଥିଲା । ଏହା ଏକ ଗାଣିତିକ, ଏହା ଶୁଦ୍ଧ, ଏହାକୁ ବଦଳାଯାଇପାରିବନି ”, ବୋଲି ୱଜନିଆକ କହିଛନ୍ତି ।

ଆସନ୍ତୁ ଜାଣିବା ବିଟକଏନ କଣ?

ବିଟକଏନ ଏକ ଭାରଚୁଆଲ କରେନ୍ସୀ । ଯେମିତି ରୁପି, ଡଲାର ଆଦି ମୁଦ୍ରା ଅଛି ସେମିତି ବିଟକଏନ ମଧ୍ୟ ଏକ ଡିଜିଟାଲ ମୁଦ୍ରା । ଏହା ଅନ୍ୟ ମୁଦ୍ରା ଠୁ ବହୁତ ଅଲଗା କାରଣ ବିଟକଏନକୁ ନା ଆମେ ଦେଖିପାରିବା ନା ଛୁଇଁ ପାରିବା । ବିଟକଏନକୁ କେବଳ ଅନଲାଇନ ୱାଲେଟରେ ଗଚ୍ଛିତ କରି ରଖିପାରିବା । ଏହା ଏକ ବିକେନ୍ଦ୍ରିତ ମୁଦ୍ରା (decentralized currency) । ଏହାକୁ କୈାଣସି ବ୍ୟାଙ୍କ, ଅଧିକାରୀ ବା ସରକାର ନିୟନ୍ତ୍ରଣ କରିପାରିବେନି ଅର୍ଥାତ ଏହାର କେହି ମାଲିକ ନାହାଁନ୍ତି । ଏହାର ବ୍ୟବହାର ଯେକୈାଣସି ବ୍ୟକ୍ତି କରିପାରିବେ, ଯେମିତି ଆମେ ଇଣ୍ଟରନେଟର ବ୍ୟବହାର କରୁ ।

ବିଟକଏନର ବ୍ୟବହାର କାହିଁକି ଓ କେମିତି ହୁଏ ?

ଆମେ ଅନଲାଇନ ପେମେଣ୍ଟ କରିବା ପାଇଁ ବା ଯେକୈାଣସି ପ୍ରକାରର ନେଣଦେଣ ପ୍ରକ୍ର୍ରିୟା କରିବା ପାଇଁ ଏହାର ବ୍ୟବହାର କରିପାରିବା । ବିଟକଏନ peer to peer network ଆଧାରରେ କାମ କରେ ଅର୍ଥାତ ଲୋକମାନେ ସିଧାସଳଖ ନିଜ ନିଜ ଭିତରେ ବିନା କୈାଣସି ବ୍ୟାଙ୍କ, କ୍ରେଡିଟ କାର୍ଡ ବା କମ୍ପାନୀ ମାଧ୍ୟମରେ ସହଜରେ ଏହାର ନେଣଦେଣ କରିପାରିବେ । ଆଜିକାଲି ବହୁତ ଲୋକ ବିଟକଏନକୁ ଆପଣଉଛନ୍ତି ଯେମିତିକି ଅନଲାଇନ ଡେଭେଲପରସ୍, ଉଦ୍ୟୋଗୀ ଇତ୍ୟାଦି ଓ ଏହି କାରଣରୁ ବିଟକଏନକୁ ସାରା ଦୁନିଆରେ ଗ୍ଲୋବାଲ ପେମେଣ୍ଟ କରିବା ପାଇଁ ବ୍ୟବହାର କରାଯାଉଛି ।

ଅନ୍ୟ ମୁଦ୍ରା ଗୁଡିକୁ ବ୍ୟବହାର କରି ଆମେ ଯେତେବେଳେ ଅନଲାଇନ ଟ୍ରାନଜକ୍ସନ କରୁ. ସେତେବେଳେ ବ୍ୟାଙ୍କର ପେମେଣ୍ଟ ପ୍ରକ୍ରିୟାକୁ ଆମେ ଅନୁସରଣ କରିବା ପରେ ହି ପେମେଣ୍ଟ କରିପାରୁ ଏବଂ କରାଯାଉଥିବା ଟ୍ରାନଜକ୍ସନର ହିସାବ ଆମର ବ୍ୟାଙ୍କ ଆକାଉଣ୍ଟରେ ରହିଥାଏ । ଯେଉଁଥିରୁ ଆମେ ଜାଣିପାରିବା ଯେ ଟଙ୍କା କେଉଁଠି ଓ କେତେ ଖର୍ଚ୍ଚ ହୋଇଛି । କିନ୍ତୁ ବିଟକଏନର କୈାଣସି ମାଲି୍କ ନାହାଁନ୍ତି, ସେଥିପାଇଁ ସେଥିରେ କରାଯାଇଥିବା ଟ୍ରାନଜକ୍ସନ ଏକ public ledger(ଖାତା)ରେ ରେକର୍ଡ ହୁଏ, ଯାହାକୁ ବିଟକଏନ “blockchain” କୁହାଯାଏ । ଏହା ମଧ୍ୟରେ ବିଟକଏନରେ କରାଯାଇଥିବା ସମସ୍ତ ଟ୍ରାନଜକ୍ସନର ସବିଶେଷ ତଥ୍ୟ ଗଚ୍ଛିତ ହୋଇ ରହିଥାଏ ଓ ଏହି blockchain ଟ୍ରାନଜକ୍ସନ ହୋଇଥିବାର ପ୍ରମାଣ ଦିଏ ।