ନକରାତ୍ମକ ଭାବକୁ କିପରି ଦୂରେଇବେ ? ଆପଣାନ୍ତୁ ୪ ଟି ଉପାୟ

78

ଜୀବନରେ ହାର ଜିତ ଲାଗି ରହିଥାଏ । ଯଦି ଆପଣଙ୍କୁ ଜୀବନରେ କେବେ ହାରର ସାମ୍ନା କରିବାକୁ ପଡେ ତେବେ ନିରାଶ ନହୋଇ ଏହାକୁ ଏକ ପରୀକ୍ଷା ଭାବନ୍ତୁ । ଆସନ୍ତୁ ଜାଣିବା ଏପରିସ୍ଥଳେ ଆପଣ ଆଗକୁ କିପରି ବଢିବେ ।

୧. ରାଗକୁ କେବେ ଦବାନ୍ତୁ ନାହିଁ । ଯଦି କେବେ କାନ୍ଦିିବାକୁ ଇଚ୍ଛା ହୁଏ ତେବେ ଖୋଲିକି କାନ୍ଦନ୍ତୁ । ଏହାସହ ନିଜ ସମସ୍ୟାକୁ ସାଙ୍ଗ ମାନଙ୍କ ଆଗରେ କୁହନ୍ତୁ, ଦେଖିବେ ଆପଣ ହାଲୁକା ଅନୁଭବ କରିବେ ।

୨. ସବୁବେଳେ ସକରାତ୍ମକ ଚିନ୍ତା କରନ୍ତୁ । କୌଣସି ବି ପରିସ୍ଥିତିକୁ ନଡରି ତା’ର ସାମ୍ନାର କରନ୍ତୁ । ଯଦି କୌଣସି ଖରାପ ଘଟଣା ଘଟି ଯାଇଛି ତବେ ସେକଥା ଚିନ୍ତା ନକରି ଆଗକୁ ବଢନ୍ତୁ ।

୩. ଯେତେବେଳେ ଆମ ଜୀବନରେ କିଛି ଭଲ କିମ୍ବା ଖରାପ ହେଉଛି, ସେତେବେଳେ ହିଁ ଆପଣ ଜାଣିପାରିବେ କିଏ ଆପଣଙ୍କ ମିତ୍ର ଆଉ କିଏ ଶତ୍ରୃ ।

୪. ଯଦି କେବେ ଏକୁଟିିଆ ଅନୁଭବ କରୁଛନ୍ତି ମହାପୁରୁଷଙ୍କ ଜୀବନୀ ପଢନ୍ତୁ । ଏହାଦ୍ୱାରା ଆପଣଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ।