ଅସ୍ୱାସ୍ଥ୍ୟକର ପରିବେଶ ପାଲଟିଛି ହୃଦଘାତର କାରଣ : ଜାଣନ୍ତୁ ହୃଦଘାତ ପୂର୍ବବର୍ତ୍ତୀ ସଂକେତ

52

ଆଜିକାଲି ଅଧିକାଂଶ ଲୋକ ହୃଦଘାତର ଶିକାର ହେଉଛନ୍ତି। ଅସୁସ୍ଥକର ପରିବେଶ, ଅତ୍ୟଧିକ ଚିନ୍ତା ଏହାର ମୁଖ୍ୟ କାରଣ ପାଲଟିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ୪୫ ପ୍ରତିଶତ ହୃଦଘାତ ବିନା କୌଣସି ଲକ୍ଷଣରେ ହେଉଛି। ପ୍ରାୟ ୨୫ ପ୍ରତିଶତ ହୃଦଘାତ ୪୦ ବର୍ଷ ବୟସ ମଧ୍ୟରେ ଘଟୁଛି। ଏମିତି ନୁହେଁ ଯେ ହୃଦଘାତ ହେବା ପୂର୍ବରୁ କୌଣସି ଲକ୍ଷଣ ଦିଶେ ନାହିଁ, ବରଂ ଆମେ ଅଧିକାଂଶ ସମୟରେ ଜାଣିପାରନ୍ତି ନାହିଁ। ତେବେ ଚାଲନ୍ତୁ ଏହି ଲକ୍ଷଣଗୁଡ଼ିକ ସଂପର୍କରେ ଜାଣିବା ।

• ହଠାତ୍ ଆପଣଙ୍କୁ ଯଦି ଅସହଜ ମନେ ହେଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ବି ସାଇଲେଣ୍ଟ୍ ହାର୍ଟଆଟାକ୍(ହୃଦଘାତ)ର ଏକ ଲକ୍ଷଣ ହୋଇଥାଏ।

• ବିନା କାରଣରେ ମୁଣ୍ଡ ଘୂରାଇବା ବି ଏହାର ଏକ ଲକ୍ଷଣ। ଯଦି ଖାଇନାହାନ୍ତି କିମ୍ବା ଖରାରେ ଯାଉଛନ୍ତି ତାହା ଭିନ୍ନ କଥା ମାତ୍ର ଖାଲିରେ ମୁଣ୍ଡ ଘୂରାଇବାର କାରଣ ହୃଦଘାତ ହୋଇପାରେ।

• ନିଶ୍ୱାସ ନେବାରେ ବି ଅସୁବିଧା ଅନୁଭୂତ ହୋଇଥାଏ ହୃଦଘାତ ପୂର୍ବରୁ। ଛୋଟ ଛୋଟ ନିଶ୍ୱାସ ନେବା ଏହାର ଏକ ଲକ୍ଷଣ।

• ନିଦ୍ରାହୀନତା ଅନେକ ରୋଗର ଲକ୍ଷଣ ହୋଇଥିବା ବେଳେ ହୃଦଘାତର ପ୍ରମୁଖ କାରଣ ହୋଇଥାଏ।

• ବାନ୍ତି ଲାଗିବା ବି ହୃଦଘାତର ଲକ୍ଷଣ। ଅନ୍ୟ କିଛି ଲକ୍ଷଣ ସହ ବାନ୍ତି ଲାଗୁଥିଲେ ହୃଦଘାତ ହୋଇପାରେ ବୋଲି ଚନ୍ତା କରି ସତର୍କ ରୁହନ୍ତୁ।

• ହଜମ ନହେବା ଓ ଗ୍ୟାସ୍ ସମସ୍ୟାକୁ ବି ହୃଦଘାତର ପୂର୍ବବର୍ତ୍ତୀ ସୋପାନ ବୋଲି ଧରାଯାଏ ।