ଅନୁଗୁଳରେ ପୁଣି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିରୋଧ

22

ଅନୁଗୁଳ : ଅନୁଗୁଳରେ ମନ୍ତ୍ରୀ ସଂଜୟ ଦାସବର୍ମାକୁ ବିରୋଧ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ବନ୍ଧ ନିର୍ମାଣକୁ ବିରୋଧ କରିବା ନେଇ ଅନୁଗୁଳ ଯାଇଥିବା ବେଳେ ବିରୋଧର ସମ୍ମୁଖିନ ହୋଇଛନ୍ତି ମନ୍ତ୍ରୀ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡିର ବିରୋଧ କାର୍ଯ୍ୟକ୍ରମ ବେଳେ ବିଜେପି କର୍ମୀମାନେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିରୋଧ କରିଛନ୍ତି । ଫଳରେ ବିଜେପି ଓ ବିଜେଡି କର୍ମୀ ମୁହାମୁହିଁ ହୋଇଛନ୍ତି । ଆରୋପ ପ୍ରତ୍ୟାରୋପ ଭିତରେ ଉଭୟ ବିଜେପି ଓ ବିଜେଡି କର୍ମୀ ମଧ୍ୟରେ ହାତାହାତି ମଧ୍ୟ ହୋଇଛନ୍ତି । ଏହି ଘଟଣାର ନେତୃତ୍ୱ ନେଉଥିବା ବିଜେପି ନେତା ରୁଦ୍ର ନାରାୟଣ ପାଣିଙ୍କ ସମେତ ମୋଟ୍ ୧୦ ଜଣଙ୍କୁ ପୁଲିସ୍ ଅଟକ ରହିଛି।ଧସ୍ତାଧସ୍ତି ବେଳେ ଅନୁଗୁଳ ଏସପି କବିତା ଜଲନ ଆହତ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ବିରୋଧୀ କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତକା ପ୍ରଦର୍ଶନ କରିଛି । ସର୍କିଟ୍ ହାଉସ ଆଗରେ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି। ତେବେ ଏହି ଘଟଣାରେ ୮ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୁଲିସ୍।