ଘର ଭାରତ ମନ ପାକିସ୍ତାନ୍ ! ସମାଜବାଦୀ ପାର୍ଟି ସାଂସଦଙ୍କ ପିଏ ସାଜିଥିଲେ ଗୁପ୍ତଚର

38

କନକ ବ୍ୟୁରୋ : ପୁଣି ଜଣେ ଗୁପ୍ତଚର ଗିରଫ । ସାଂସଦଙ୍କ ବ୍ୟକ୍ତିଗତ ସଚିବ ସାଜିଥିଲେ ଗୁପ୍ତଚର । ପାକିସ୍ତାନର ହୋଇଥିଲେ ଗୁପ୍ତଚର । ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଚୌଧୁରୀ ମୁନବର ସଲିମଙ୍କ ବ୍ୟକ୍ତିଗତ ସଚିବ ଫରହତଙ୍କୁ ଗୁପ୍ତଚର କରିବା ଅଭିଯୋଗରେ ଗିରଫ କରିଛି ପୋଲିସ । ଶୁକ୍ରବାର ଫରହତକୁ ପଚରା ଉଚୁରା ପାଇଁ ପୋଲିସ ଡାକିବା ପରେ ତାହା ପାଖରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା । ଶେଷରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ସାଂସଦଙ୍କ ସହାୟକ ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଖବର ପରେ ଦେଶରେ ସୃଷ୍ଟି ହୋଇଛି ହଇଚଇ । ଫରହତ ଉତର ପ୍ରଦେଶ ବାସିନ୍ଦା ବୋଲି କହିଛି । ଗତ ଏକ ବର୍ଷ ହେଲା ସେ ସାଂସଦ ମୁନବର ସଲିମଙ୍କ ପାଖରେ କାମ କରୁଥିଲା । ତାର ନିଯୁକ୍ତି ପୂର୍ବରୁ ସମସ୍ତ ପ୍ରକାର ପୋଲିସ ତଦନ୍ତ ହୋଇଥିବା ସାଂସଦ ସଲିମ୍ କହିଛନ୍ତି । ତେବେ ଏହି ଘଟଣା ନେଇ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ବ୍ୟବସ୍ଥାପିକା ପାଳିକାର ଜଣେ ବ୍ୟକ୍ତିଙ୍କ ସହାୟକ ଶତ୍ରୁଦେଶ ପାଇଁ କାମ କରିବା ଅଧିକ ଚିନ୍ତା ଜନକ ଏବଂ ଏଥିପାଇଁ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବର୍ତମାନ ସୁଦ୍ଧା ୪ ଜଣଙ୍କୁ ଗୁପ୍ତଚର କରିବା ଅଭିଯୋଗରେ ଗିରଫ କରିସାରିଛି ପୋଲିସ । ସେପଟେ ଭାରତୀୟ ଜବାନଙ୍କ ପାକ ସେନା ଅତି ନୃସଂଶ ଭାବେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।