ବଢ଼ିବ ଭାରତର ଶକ୍ତି, ଥରହର ହେବେ ପଡ଼ୋଶୀ ଦେଶ : ଭାରତ ସହ ମିଶି ସବମରିନ୍ ତିଆରି କରିବା ପାଇଁ ପ୍ରସ୍ତୁତ ଋଷ୍

47

କନକ ବ୍ୟୁରୋ : ଆହୁରି ଶକ୍ତିଶାଳୀ ହେବ ଭାରତ । ଥରହର ଦେବ ପାକିସ୍ତାନ ଆଉ ଡ଼ରିବ ଚୀନ । ଏହି ଦୁଇ ପେଡ଼ାଶୀ ଦେଶ ସହିତ ଭାରତର ଶତ୍ରୁତା ଲାଗି ରହିଛି । ତେଣୁ ଭାରତୀୟ ସେନା ଭବିଷ୍ୟତରେ ହେବାକୁ ଥିବା ବିପଦ କଥା ଚିନ୍ତା କରି ନିଜର ସାମରିକ ଶକ୍ତି କ୍ଷେତ୍ରକୁ ଅଧିକ ମଜବୁତ କରିବାରେ ଲାଗିଛି । ନୌସେନା ମଧ୍ୟ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇଛି ।  କିପରି ଭାବରେ ନୂତନ ଟେକ୍ନୋଲୋଜିକୁ ଆପଣାଇ ହେବ ସେଥିଲାଗି ଅନେକ ଯୋଜନା କରାଯାଉଛି ବୋଲି ଜଣାପଡିଛି । ଋଷ ଏହି କ୍ଷେତ୍ରରେ ଭାରତକୁ ସମସ୍ତ ସହାୟତା ଯୋଗାଇ ଦେଉଛି । ଭାରତ ନିଜର ନୌସେନାକୁ ଋଷ ସାହାଯ୍ୟରେ ଆହୁର୍ି ଅଧିକ ଶକ୍ତିଶାଳୀ କରିବାରେ ଲାଗୁଛି । ତେଣୁ ଋଷକୁ ଅନୁରୋଧକରାଯାଇଥିଲା ଯେ ସେ ନିଜର ଅତ୍ୟାଧୁନିକ ମେସିନ ଭାରତକୁ ଦେବା ଲାଗି ତେବେ ଜଣାପଡିଛି ଯେ ଋଷ ମଧ୍ୟ ଭାରତକୁ ସାହାଯ୍ୟ କରିବା ଲାଗି ପୂର୍ଣ୍ଣ ମାତ୍ରାରେ ଆଗେଇ ଆସିବ ବୋଲି କହିଛି ।

ଏହି ନୂତନ ଜ୍ଞାନକୌଶଳ ଆଣିବା ପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ମଧ୍ୟ ସରିଛି । ଯେଉଁଥିରେ ପାଖାପାଖି ୧୦ ବିଲିୟନ ଡଲାର ଅର୍ଥ ଖର୍ଚ୍ଚକରି ଭାରତ ୬ ଟି ଡିଜେଲ ଇଲେକ୍ଟ୍ରୋନିକ୍ସ ମେସିନ କିଣିପାରେ ବୋଲି ଏକ ଇଂରାଜୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ମେସିନ ଏୟାର ଇନ୍ଡିପେଡେଣ୍ଟ ପପୁଲେସନ(ଏଆଇପି) ଭଳି କାର୍ଯ୍ୟ କରିବ । ଏହାସହ ଋଷ ନିଜର ଟେକ୍ନୋଲୋଜି ସହ ନିଜର ମେସିନର ଡିଜାଇନ ମଧ୍ୟ ପରିବର୍ତ୍ତନ କରିବା ପାଇଁ ରାଜି ହୋଇଛି । କିନ୍ତୁ ଏହି ମେସିନ ନିର୍ମାଣ ଆରମ୍ଭ ସମାନ୍ୟ ଡେରି ହୋଇପାରେ । ବର୍ତ୍ତମାନ ସମୟରେ ଏହି ମେସିନ ନିର୍ମାଣ ଲାଗି ଋଷ, ଫ୍ରାନ୍ସ, ଜର୍ମାନୀ ଭଳି ଦେଶମାନଙ୍କର ନୂତନ ପ୍ରସ୍ତାବକୁ ମଧ୍ୟ ଅପେକ୍ଷା କରାଯିବ ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ ଏହି ନୂତନ ମେସିନର ଡିଜାଇନ କରିବା ଲାଗି ପାଖାପାଖି ୨୦୦ ମିଲିୟନ ଡଲାର ଖର୍ଚ୍ଚ କରାଯିବ । ସୂଚନ ମୂତାବକ ଏହି ଚୁକ୍ତି କରିବା ପୂର୍ବରୁ ପ୍ରଥମେ ମୋଟ ଟଙ୍କାର ୨୦ ପ୍ରତିଶତ ଅର୍ଥରାଶି ପଇଠ କରିବାକୁ ହେବ ଆଉ ତାହା ପରେ ଏହାକୁ ନିର୍ମାଣ କରାଯିବ ବୋଲି ନିୟମ ରହିଛି । ତେଣୁ ଏହାର ନିର୍ମାଣ କାର୍ଯ୍ୟ ସମାନ୍ୟ ବିଳମ୍ବ ହୋଇପାରେ । ନୂତନ ମେସିନର କିଛି ଅଂଶ ଭାରତରେ ମଧ୍ୟ ନିର୍ମାଣ କରାଯାଉଥିବା ଜଣାପଡିଛି ।