ରାଜନୀତିର ବଡ଼ ଖବର । RSS କ୍ୟାମ୍ପକୁ ଯିବେ କି ରାହୁଲ ? ସଂଘ ପରିବାରର ନିମନ୍ତ୍ରଣ ନେଇ ଚର୍ଚ୍ଚା

55

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନିମନ୍ତ୍ରଣ କରିପାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ! ସୁଚନା ମୁତାବକ ଆରଏସଏସର ୩ଦିନିଆ ଲେକ୍ଚର ସିରିଜରେ କଂଗ୍ରେସ ହାଇକମାଣ୍ଡ ରାହୁଲଙ୍କୁ ନିମନ୍ତ୍ରଣ କରିପାରେ ଆରଏସଏସ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ସିପିଏମ ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ମଧ୍ୟ ଆରଏସଏସ ନିମନ୍ତ୍ରଣ ପତ୍ର ଦେଇପାରେ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହେବ ଏହି ଲେକ୍ଚର ସରିଜି ସମ୍ମିଳନୀ । ଦୀଲ୍ଲୀ ବିଜ୍ଞାନ ଭବନରେ ଆରଏସଏସ ଏହି ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ କରିବ ବୋଲି ସୂଚନା ମିଳିଛି । ତେବେ ‘ଫ୍ୟୁଚର ଅଫ ଭାରତ ଲେକ୍ଚର ସିରିଜ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଯୁବରାଜ ତଥା ଅଧ୍ୟକ୍ଷ ରାହୁଲଙ୍କୁ ଆରଏସଏସର ନିମନ୍ତ୍ରଣ କରିପାରନ୍ତି ନେଇ ଚର୍ଚ୍ଚା ଜୋର ଧରିଛି । ଆରଏସଏସର ପ୍ରଚାର ପ୍ରମୂଖ ଅରୁଣ କୁମାରଙ୍କ କହିବା ମୁତାବକ ସଂଘ ତରଫରୁ ପ୍ରଥମ ଥର ପାଇଁ ଏଭଳି ଏକ ତିନି ଦିନିଆ ସମ୍ମୀଳନୀର ଆୟୋଜନ କରିବା ପାଇଁ ଉଦ୍ୟମ କରୁଛନ୍ତି । ସେଥିରେ ଆରଏସଏସର ମୁଖ୍ୟ ମୋହନ ଭଗବତଙ୍କ ନିଷ୍ପତିକ୍ରମେ ‘ଫ୍ୟୁଚର ଅଫ ଭାରତ ଲେକ୍ଚର ସିରିଜ’ ଶୀର୍ଷକ ରଖାଯାଇଛି । ଏଥିରେ ଦେଶ ଓ ବିଦେଶରୁ ଏବଂ ରାଜନୀତି ପୃଷ୍ଠ ଭୂମିରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇପାରେ । ତେବେ ରାହୁଲ ଗାନ୍ଧୀଙ୍କ ନିମନ୍ତ୍ରଣ ନେଇ ପ୍ରଶ୍ନର ଉତ୍ତରରେ ସଂଘ ମୁଖ୍ୟପ୍ରଚାରକ ପହିଥିଲେ ଯେ , ଏପର୍ଯ୍ୟନ୍ତ ସେଭଳି କିଛି ନିଷ୍ପତି ନିଆ ଯାଇନାହିଁ ।

ତେବେ ଗତ ଜୁନ ମାସରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆରଏସଏସ ସଂଘର କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଅନକେ ବିବାଦ ଦେଖାଦେଇଥିଲା । ତେବେ ଏହାକୁ ନେଇ ଆରଏସଏସକୁ ବିଜେପିର ଗୁରୁ ଭାବେ କହି ସମାଲୋଚନା କରିଥିଲେ ରାହୁଲ ଗାନ୍ଧୀ । ଏହାସହ ଲଣ୍ଡନ ଗସ୍ତରେ ମଧ୍ୟ ଯାଇ ଆରଏସଏସକୁ ସମାଲୋଚନା କରିଥିଲେ ରାହୁଲ ଗାନ୍ଧୀ । ଏବେ ରାହୁଲଙ୍କୁ ଆରଏସଏସ ନିମନ୍ତ୍ରଣ ପୁରା ଚର୍ଚ୍ଚାର ବିଷୟ ପାଲଟିଛି ।