କୂଳ ଲଂଘୁଛି ବ୍ରାହ୍ଣଣୀ ! ଭୟ ଓ ଆତଙ୍କିତ ଅବସ୍ଥାରେ ଆଳି ଅଂଚଳର ୬୦ ପରିବାର

30

କନକ ବ୍ୟୁରୋ : ଆତଙ୍କିତ କରୁଛି ବ୍ରହ୍ମଣୀ । ବନ୍ଧରୁ ଅତଡା ଖସି ନଦୀ ଗର୍ଭରେ ଲୀନ ହେବାକୁ ବସିଛି କେନ୍ଦ୍ରାପଡା ଆଳି ବ୍ଲକ ଗୋପାଳପୁର ପଂଚାୟତ କଣ୍ଡିଆ ଗାଁ । ୬୦ ପରିବାରର ୫୦୦ ଲୋକଙ୍କୁ ନେଇ ଏହି ଗାଁ । ବ୍ରାହ୍ମଣୀ ନଦୀ କୁଳ ଲଙ୍ଘି ଆସି ଗାଁ ଦାଣ୍ଡ ଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ।

ଚଳିତ ବନ୍ୟାରେ ନଦୀ ବନ୍ଧରୁ ଅତଡା ଖସି ତିନୋଟି ପରିବାରର ଘର ଭାସି ଯାଇଛି । ଯଦି ଏଥିପ୍ରତି ଅଣଦେଖା କରାଯାଏ ତେବେ ବ୍ଲକର ୫ଟି ପଂଚୟତ ଭାସିଯିବା ସହ ହଜାର ହଜାର ହେକ୍ଟର ଚାଷଜମି ଜଳ ମଗ୍ନ ହେବ ବୋଲି ଆଶଙ୍କା କରାଯାଉଛି । ବ୍ରାହ୍ମଣୀ ବନ୍ଧର ସ୍ଥାୟୀ ମରାମତି ପାଇଁ ଗାଁ ଲୋକେ ପ୍ରଶାସନକୁ ବାରମ୍ବର ଅବଗତ କରି କେବଳ ପ୍ରତିଶ୍ରୁତି ପାଉଥିବା ଅଭିଯୋଗ କରିଛନ୍ତି ।

ଗୋପାଳପୁର ପଂଚାୟତର ସମସ୍ୟା ବାବଦରେ ତଟବନ୍ଧ ଅଧିକାରୀ ଏ ବିଷୟରେ କ୍ୟାମେରା ସାମ୍ନାରେ କିଛି କହିବାକୁ ନାରାଜ । ସେପଟେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ କହିବା କଥା, ବ୍ରାହ୍ମଣୀ ବନ୍ଧରେ ପଥର ପ୍ୟାକିଂ ପାଇଁ ଏଷ୍ଟିମେଂଟ ସରିଛି , ଆପ୍ରୁଭ ହେଲେ କାମ ହେବ । ଯଦି ବ୍ରାହ୍ମଣୀ ବନ୍ଧରେ ପଥର ପ୍ୟାକିଂ କରାନଯାଏ ତେବେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗୋପାଳପୁର ପଂଚାୟତ ବାସିନ୍ଦା ।