ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା! ବନ୍ଦୀ ହାତରେ ହାତକଡା ପକାଇ ଚଲାଇ ଚଲାଇ ନେଲା ପୁଲିସ୍

34

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା । ଜଣେ ବିଚାରଧିନ କଏଦୀଙ୍କୁ ହାତକଡା ପକାଇ କୋର୍ଟକୁ ଚଲାଇ ଚଲାଇ ନେଲା ପୁଲିସ । ଫୁଲବାଣୀର ଜନଗହଳିପୂର୍ଣ୍ଣ ମୁଖ୍ୟ ରାସ୍ତାରେ ବିଚାରଧିନ କଏଦୀଙ୍କୁ ହାତକଡା ପକାଇ ପୁଲିସ କୋର୍ଟକୁ ନେଉଥିବା ଦେଖିବାକୁ ମିିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ପୁଲିସର ଏପରି ମାନବାଧିକାର କ୍ଷୁର୍ଣ୍ଣ କରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ଅକ୍ଟୋବରରେ ବାଲିଗୁଡା ଥାନା ଟିଡିଙ୍ଗପାଙ୍ଗାର ଚିତ୍ରସେନ ମଲ୍ଲିକଙ୍କୁ ବେଆଇନ ଗଂଜେଇ କାରବାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଉଥିଲା ।

ସେହିଦିନଠାରୁ ସେ ଫୁଲବାଣୀ ଜେଲରେ ବିଚାରଧିନ କଏଦୀ ଭାବରେ ଅଛନ୍ତି । ମଙ୍ଗଳବାର ଦିନ ବାଲିଗୁଡା କୋର୍ଟର ତାଙ୍କ ଶୁଣାଣି ଥିଲା । ତେବେ ଜେଲରୁ ଚିତ୍ରସେନଙ୍କୁ କୋର୍ଟ ଭ୍ୟାନ ପରିବର୍ତ୍ତେ ହାତକଡା ପକାଇ କୋର୍ଟ ୪ଜଣ ପୁଲିସ କନେଷ୍ଟବଳ କୁମ୍ୟ ରାସ୍ତାରେ ଚଲାଇ ଚଲାଇ ଫୁଲବାଣୀ ବସଷ୍ଟାଣ୍ଡକୁ ନେଇଥିଲେ । ସେଠାରୁ ବସ ଯୋଗେ ଚିତ୍ରସେନକୁ ବାଲିଗୁଡା ନିଆଯାଇଥିଲା । ଫୁଲବାଣୀ ପୁଲିସର ଏପରି ମାନବାଧିକାର କ୍ଷୁର୍ଣ୍ଣ କରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।