ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ମାମଲା ! ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ଆମିକସ୍ କ୍ୟୁରି ।

ଆମିକସ୍ କ୍ୟୁରି ଏନ.କେ ମହାନ୍ତି ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଶ୍ରୀମନ୍ଦିର ମରାମତି ପ୍ରସଙ୍ଗରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ ୮ଟି ପାରିପାଶ୍ୱିର୍କ ମନ୍ଦିରରେ ମରାମତି ଶେଷ ହୋଇଛି ।

91

କନକ ବ୍ୟୁରୋ: ହାଇକୋର୍ଟରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ମାମଲା । ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ । ଆମିକସ୍ କ୍ୟୁରି ଏନ.କେ ମହାନ୍ତି ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଶ୍ରୀମନ୍ଦିର ମରାମତି ପ୍ରସଙ୍ଗରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ ୮ଟି ପାରିପାଶ୍ୱିର୍କ ମନ୍ଦିରରେ ମରାମତି ଶେଷ ହୋଇଛି । ଅନ୍ୟପଟେ ନାଟ୍ୟ ମଣ୍ଡପର ଫାଟ ନେଇ ସେନ୍ସସର ରିପୋର୍ଟ କରାଯିବ ବୋଲି ଆମିକସ୍ କ୍ୟୁରି ଦେଇଥିବା ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ଆମିକସ୍ କ୍ୟୁରିଙ୍କ ଷ୍ଟାଟସ୍ ରିପୋର୍ଟକୁ ଦେଖିବେ ଆଇଆଇଟି ଖଡ଼ଗପୁର, ଆଇଆଇଟି କାନପୁର ଓ ପୁଣେର ଏକ ବିଶେଷଜ୍ଞ ଟିମ୍ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟର ପୁଂଖାନୁପୁଙ୍ଖ ତର୍ଜମା ପାଇଁ ପାଖାପାଖି ୨ ମାସ ସମୟ ଲାଗିବ ବୋଲି ସୂଚନା ମିଳିଛି । ଗତ ନଭେମ୍ବର ୨୦ ତାରିଖରେ ଶ୍ରୀମନ୍ଦିର ନାଟ ମଣ୍ଡପ ଜାନୁୟାରୀ ୭ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ ଏସ୍.ଏନ୍.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ତପୀଠ ଶ୍ରୀଜଗନ୍ନାଥ ମନ୍ଦିର ସ˚ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ନାଟ ମଣ୍ତପର ସ˚ରକ୍ଷଣ ତଥା ମରାମତି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସ˚ପର୍କରେ ବିସ୍ତୃତ ବିବରଣୀ ଦାଖଲ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ ।

jagamohan repairing finishଅନ୍ୟପକ୍ଷରେ ନାଟ ମଣ୍ତପ ଯାଞ୍ଚ ପ୍ରସ˚ଗରେ ଏଏସଆଇ ପକ୍ଷରୁ ଦର୍ଶାଯାଇଛି ଯେ ଅଗଷ୍ଟ ୨୦, ୨୧ ଓ ୨୨ ତାରିଖ ଦିନ ଏଏସଆଇ କୋରକମିଟି ବିଶେଷଜ୍ଞଙ୍କ ସହିତ ଆଇଆଇଟି ମାଡ୍ରାସ ଓ ଖଡଗପୁର ବିଶେଷଜ୍ଞମାନେ ଶ୍ରୀମନ୍ଦିର ପ୍ରଶାସନର ସହାୟତାରେ ନାଟ ମଣ୍ତପର ଭିତର ଓ ବାହାର ଯାଞ୍ଚ କରିଥିଲେ। ଦୁର୍ବଳ ହୋଇ ପଡିଥିବା ବିମ୍ରେ ଏକ ମନିଟରି˚ ସିଷ୍ଟମ ଲଗାଇବା ପାଇଁ ଆଇଆଇଟି ମାଡ୍ରାସ ପରମର୍ଶ ଦେଇଥିବା ବେଳେ ନାଟ ମଣ୍ତପ ଛାତରେ କେତେକ ସ୍ଥାନରେ ଫାଟ ଦେଖାଦେଇଥିଲା ।