ମୁମ୍ବାଇ, ପୁଣେ ଓ ନାଗପୁରରେ ରେଡ ଆଲର୍ଟ: ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ମେଟ୍ରୋରେ ସୁରକ୍ଷା କଡାକଡି

ସେପଟେ ପାକିସ୍ତାନରେ ବି ହାଇଆଲର୍ଟ, ବିମାନବନ୍ଦର ବନ୍ଦ୍ ରଖିବାକୁ ପାକ୍ ସରକାରଙ୍କ ନିର୍ଦ୍ଦେଶ

150

କନକ ବ୍ୟୁରୋ: ମୁମ୍ବାଇ, ପୁଣେ ଓ ନାଗପୁରରେ ରେଡ ଆଲର୍ଟ ଜାରି । ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ମେଟ୍ରୋ ସମେତ ୧୨ଟି ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବ୍ୟବସ୍ତାକୁ ବୃଦ୍ଧି କରାଯାଇଛି । ବାହାରୁ ଆସୁଥିବା ଗାଡିକୁ ତନତନ କରି ଯାଂଚ କରାଯାଉଛି ।

ସେପଟେ, ଭାରତ ଓ ପାକିସ୍ତାନ ବଢ଼ୁଥିବା ଉତେଜନାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟରେ ହାଇଆଲର୍ଟ ଜାରି କରିଛି ପାକ୍ ସରକାର । ଆଜି ଦ୍ୱିତୀୟ ଦିନରେ ପାକିସ୍ତାନରେ ସମସ୍ତ ବିମାନ ଉଡାଣ ବନ୍ଦ ରଖିଛି । ସମସ୍ତ ଆନ୍ତର୍ଜାତୀୟ ଓ ଘରୋଇ ବିମାନ ଉଡାଣ ରଦ୍ଧ କରିଛି ପାକିସ୍ତାନ । ସେହିପରି ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରିଛି । ତିନି ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ଇମ୍ରାନ ସରକାର । ସମୁଦ୍ର ଉପକୂଳରେ ମଧ୍ୟ ସେନାକୁ ସତର୍କ କରିଛି ପାକିସ୍ତାନ । ପାକିସ୍ତାନକୁ ଘାରିଛି ଭାରତ ଆକ୍ରମଣ କରିବାର ଭୟ ।