ଖୁବ୍ ଶୀଘ୍ର ବଜାରକୁ ଆସିପାରେ ୨୦୦ ଟଙ୍କିଆ ନୋଟ୍ ! ଆରବିଆଇର ନୂଆ ଯୋଜନା

29

କନକ ବ୍ୟୁରୋ : ଖୁବ୍ ଶୀଘ୍ର ଆସିପାରେ ୨୦୦ଟଙ୍କିଆ ନୋଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦ଟଙ୍କିଆ ନୋଟ୍ ଆଣିବା ପାଇଁ ଯୋଜନା କରୁଥିବାର ସୂଚନା ମିଳିଛି । ସ୍ୱତନ୍ତ୍ର ସିକ୍ୟୁରିଟି ଫିଚର ସହ ଆସିପାରେ ଏହି ନୂଆ ନୋଟ୍ । ବିମୁଦ୍ରାକରଣ ପରେ ବଜାରକୁ ବିପୁଳ ମାତ୍ରାରେ ନକଲି ନୋଟ୍ ଆସୁଛି । ଏହାକୁ ରୋକିବା ପାଇଁ ଆରବିଆଇ କର୍ତୁପକ୍ଷ ପଦକ୍ଷେପ ନେଇଛନ୍ତି । ତେଣୁ ପ୍ରତି ତିନିରୁ ଚାରି ବର୍ଷ ମଧ୍ୟରେ ୨୦୦୦ ଓ ୫୦୦ଟଙ୍କିଆ ନୋଟ୍ ପରିବର୍ତନ କରିବା ପାଇଁ ଯୋଜନା କରୁଛନ୍ତି । ସୂଚନା ଅନୁଯାୟୀ ଗୁରୁବାର ଦିନ ଆରବିଆଇ କର୍ତୁପକ୍ଷ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।

ଏହା ସହ ଦେଖନ୍ତୁ ପ୍ରତି ଚାରି ବର୍ଷରେ ବଦଳି ପାରେ ଟଙ୍କାର ଚେହେରା ! ଜାଲ ନୋଟ୍ ରୋକିବାକୁ ସରକାରଙ୍କର ବଡ ଯୋଜନା