ଅଶାନ୍ତ ଷ୍ଟିଲ ସିଟି : ଘଟଣାର ପ୍ରତିବାଦରେ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ

40

ରାଉରକେଲା ବ୍ୟୁରୋ , କନକ ନ୍ୟୁଜ୍  : ଅଶାନ୍ତ ଷ୍ଟିଲ ସିଟି । ଜାରି ରହିଛି ୧୪୪ ଧାରା । ଫ୍ଲାଗମାର୍ଚ କରିଛନ୍ତି ସିଆରପିଏଫ୍ ଯବାନ । ଚାରିଆଡେ ପୁଲିସ୍ ଛାଉଣୀ । ପ୍ରତି ରାସ୍ତା ଓ ଛକକୁ ଜଗି ରହିଛନ୍ତି ସଶସ୍ତ୍ର ଯବାନ । ସୋସିଆଲ୍ ମିଡିଆରେ ଆପତିଜନକ ଫଟୋ ଏବଂ ମେସେଜ ଦିଆନିଆକୁ ନେଇ ସହରରେ ସାଂପ୍ରଦାୟିକ ଉତେଜନା ସ୍ଥିତି । ଆଉ ଏହି ଘଟଣାର ପ୍ରତିବାଦରେ ଆଜି ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ଏପଟେ ଜଟିଳ ହେବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି । ଗୁରୁବାର ଘଟଣା ପରେ ଡକାଯାଇଥିଲା ଶାନ୍ତି କମିଟି ବୈଠକ । ହେଲେ ଏହାକୁ ବର୍ଜନ କରିଛି ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦ । ସହରରେ ଏବେ ବି ଚାପା ଉତେଜନା ଲାଗିରହିଛି । ଦୁଇ ବନ୍ଧୁଙ୍କ ମଧ୍ୟରେ ହ୍ୱାଟ୍ସଆପରେ ମେସେଜକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ପ୍ରଥମେ ମେସେଜ ଏବଂ ପରେ ଆପତିଜନକ ଫଟୋ ଦିଆନିଆ ହୋଇଥିଲା । ସୋସିଆଲ ମିଡିଆରେ ଏହା ଭାଇରାଲ୍ ହେବା ପରେ ବିବାଦ ଉଗ୍ରରୂପ ନେଇଥିଲା । ରାତିରେ ଯେପରି ଅଣାୟତ ହୋଇପଡିଥିଲା ସହରର ସ୍ଥିତି । ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ପରସ୍ପରକୁ ଟେକା ପଥର ମାଡ କରିଥିଲେ । କିଛି ଗାଡି ଭଂଗାରୁଜା ବି ହୋଇଥିଲା ।