ରକଷ୍ଟାର ବାବାଙ୍କ ରଙ୍ଗୀନ କାହାଣୀ ଉପରେ ତିଆରି ହେଉଛି ସିନେମା ! ହନିପ୍ରୀତ ଭୂମିକାରେ ନଜର ଆସିବେ ରାକ୍ଷୀ ସାୱନ୍ତ

39

ବିିବାଦୀୟ ବାବା ରାମ ରହିମଙ୍କ ଉପରେ ତିଆରି ହେବ ସିନେମା । ବାବାଙ୍କ ବିଳାଶପୂର୍ଣ୍ଣ ଓ ବିବାଦୀୟ ଜୀବନ ଉପରେ ନିର୍ମାଣ ହେବ ସିନେମା । ସୂତ୍ର ଅନୁସାରେ ଏନେଇ କାଷ୍ଟିଂ ମଧ୍ୟ ଫାଇନାଲ ହୋଇଯାଇଛି । ମଙ୍ଗଳବାରରୁ ଆରମ୍ଭ ହେବ ସୁଟିଂ । ବଲିଉଡ଼ର ବିଗତ ଦିନର ଲୋକପ୍ରିୟ ଖଳନାୟକ ରାଜା ମୁରାଦଙ୍କୁ ରାମ ରହିମଙ୍କ ଭୂମିକା ପାଇଁ ଚୟନ କରାଯାଇଛି । ତେବେ ଏଥିରେ ବାବାଙ୍କ ଅତି ପ୍ରିୟ ତଥା ପାଳିତା କନ୍ୟା ଭୂମିକାରେ ଅଭିନୟ କରିବେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ।

gurmeet ramରାମ ରହିମ୍ ସାଧ୍ୱୀ ଦୁଷ୍କର୍ମ ମାମଲାରେ ସିବିଆଇ କୋର୍ଟ ୨୦ ବର୍ଷର ଦଣ୍ଡ ବିଧାନ କରିଛନ୍ତି । ବାବା ଏବେ ହରିୟାଣାର ରୋହତଗ ଜେଲରେ ବନ୍ଦ ଅଛନ୍ତି । ତେବେ ବାବାଙ୍କ ଗିରଫ ପରେ ହନିପ୍ରୀତ ଗାୟବ ଅଛନ୍ତି । ସେ ନେପାଳରେ ଥିବା ନେଇ ସେନ୍ଦେହ ହେଉଛି । ସୂଚନା ଅନୁସାରେ ଏହି ସିନେମା ବାବାଙ୍କ ବିଳାଶମୟ ଜୀବନ ଓ ଅପରାଧିକ ମାମଲା ଉପରେ ଆଧାରିତ ହେବ । ରାମ ରହିମ ରକଷ୍ଟାର ହେବା ଠାରୁ ଆରମ୍ଭ କରି ଜେଲ ଯିବା ପର୍ଯ୍ୟନ୍ତ ଘଟଣାକୁ ସିନେମାର ଦେଖାଯିବ । ହନିପ୍ରୀତଙ୍କ ସହ ତାଙ୍କ ସମ୍ପର୍କକୁ ମଧ୍ୟ ସିନେମାରେ ଦେଖାଯିବ । ମଙ୍ଗଳବାର ଠାର ଦିଲ୍ଲୀରେ ସିନେମାର ସୁଟିଂ ଆରମ୍ଭ ହେବ ।

ସିନେମାରେ ଏଜାଜ୍ ଖାନ୍ ଇନଭେଷ୍ଟିଗେଟିଂ ଅଫିସର ଭୂମିକାରେ ରହିବେ । ସିନେମାରେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଆଶୁତୋଶ ମିଶ୍ରା । ବାବା ଜେଲ ଯିବା ପରେ ତାଙ୍କ ଜୀବନ ସହ ଯୋଡ଼ି ହୋଇଥିବା କିଛି ତଥ୍ୟ ସାମ୍ନାକୁhoneyprit ଆସିଥିଲା । ରକଷ୍ଟାର ହେବା ଠାରୁ ଡେରାରେ କୋଟି କୋଟି ଟଙ୍କାର ସାମ୍ରାଜ୍ୟ ପଛର ଅନେକ ଅପରାଧିକ ମାମଲା ଯୋଡ଼ି ହୋଇଥିବା ଘଟଣା ଜଣାପଡ଼ିଥିଲା । ଏଥିରେ ବଳାତ୍କାର ଓ ହତ୍ୟା ପରି ମାମାଲା ରହିଛି ।

ରାମ ରହିମ ଓ ହନିପ୍ରୀତଙ୍କୁ ଅଭିନୟ ସହ ଷ୍ଟେଜରେ ପରଫର୍ମ କରିବା ପାଇଁ ଅଧିକ ଭଲ ଲାଗୁଥିବା । ଏଥିପାଇଁ ସେ ଅନେକ ସିନେମାର ନର୍ମାଣ କରିଥିଲେ । ତେବେ ଏହା ପ୍ରଥମ ଥର ନୁହେଁ ଯେବେ ବାବାଙ୍କ ଉପରେ ନିର୍ମାଣ ହେଉଛି ସିନେମା । ପୂର୍ବରୁ ପରେଶ ରାୱଲ , ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଓ ମାଇ ଗଡ଼’ କିଛି ଏପରି ବିବାଦିତ ସାଧୁଙ୍କ ଜୀବନୀ ଉପରେ ନିର୍ମାଣ ହୋଇଥିଲା ।