ଆଜି ରାଷ୍ଟ୍ରପତି ନିର୍ବାଚନ ! ସମସ୍ତ ପ୍ରସ୍ତୁତି ଶେଷ(ରାମନାଥ କୋବିନ୍ଦ ବନାମ ମୀରା କୁମାର)

34

କନକ ବ୍ୟୁରୋ : ଦେଶର ୧୪ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ବିରୋଧୀ ଦଳଙ୍କ ପ୍ରାର୍ଥୀ ମୀରା କୁମାରଙ୍କ ମଧ୍ୟରେ ମୁକାବିଲା ହେବ । ନିର୍ବାଚନ କମିସନ ଆଜି ହେବାକୁ ଥିବା ଭୋଟିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ସଂସଦ ଭବନକୁ ଛାଡି ଦେଲେ ସବୁ ରାଜ୍ୟର ବିଧାନସଭାରେ ସକାଳ ୧୦ ଟାରୁ ସଂଧ୍ୟା ୫ଟା ଯାଏଁ ମତଦାନ ଗ୍ରହଣ କରାଯିବ । ଏହି ନିର୍ବାଚନରେ ସବୁଜ ଓ ଗୋଲାପୀ ରଙ୍ଗର ୨ଟି ବାଲଟ ପେପର ବ୍ୟବହାର କରାଯିବ ।

ସବୁଜ ରଙ୍ଗର ବାଲଟ ପେପରରେ ସାଂସଦ ଓ ଗୋଲାପୀ ରଙ୍ଗର ବାଲଟ ପେପରରେ ବିଧାୟକମାନେ ଭୋଟ ଦେବେ । ବାଲଟ ପେପର ଉପରେ ମୀରା କୁମାର ଓ ଦ୍ୱିତୀୟରେ ରାମନାଥ କୋବିନ୍ଦାଙ୍କ ନାମ ରହିବ । ରାଷ୍ଟ୍ରପତି ନିର୍ବାଚନ ନେଇ ବିରୋଧୀ ଦଳ ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆକ୍ରମଣାତ୍ମକ ବୟାନ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ଦଳ ପାଖରେ ସଂଖ୍ୟା ବଳ କମ ଥିଲେ ମଧ୍ୟ ଲଢେଇ କରିବା ଜରୁରୀ । ପୁରା ଶକ୍ତି ଲଗାଇ ଲଢେଇ କରାଯିବ ବୋଲି ସୋନିଆ କହିଛନ୍ତି ।