ରେଭେନ୍ସା ପ୍ରସଂଗରେ ରାଜନୀତିକରଣ ନକରାଯାଉ : ବିଧାୟକ ପ୍ରଭାତ ବିଶ୍ୱାଳ

23

କନକ ବ୍ୟୁରୋ : ରେଭେନ୍ସା ପ୍ରସଂଗରେ ରାଜନୀତିକରଣ ନକରାଯାଉ । ରେଭେନ୍ସା କୁଳପତି ସତ କହୁଛନ୍ତି ନା ମିଛ କହୁଛନ୍ତି ତାହା କହିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ଭିସି ଜଣେ ଭଲ ବ୍ୟକ୍ତିତ୍ୱ । ଦୁଇ ଦିନ ତଳେ ତାଙ୍କ ସହ ଆଲେଚନା କରିଥିଲି ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ । ତାଙ୍କୁ କିଛି କଥା ବାଧିଛି, ଯେପରି ଅଧ୍ୟାପକ ଓ ଛାତ୍ର ବିଶୃଖଂଳା ସମସ୍ୟା ରହିଥିବା ସେ ସ୍ୱୀକାର କରିଛନ୍ତି ।

କ୍ୟାମ୍ପସରେ କୋ÷ଣସି ପ୍ରକାର ରାଜନୈତିକ ହସ୍ତକ୍ଷେପ କରାଯାଉନାହିଁ । ଇସି ମେମ୍ବର ଭାବେ କଲେଜର ବିକାଶ ପାଇଁ କାର୍ଯ୍ୟ କରୁଥିବା ସେ କହିଛନ୍ତି । ୪ମାସ ତଳେ ଇସି ମିଟିଂରେ ନିଷ୍ପତି ନିଆଯାଇଥିଲା ଭିସିଙ୍କୁ ସଂପୂର୍ଣ୍ଣ କ୍ଷମତା ଦିଆଯାଇଛି, ଯେ, ବିିଶୃଖଂଳାଗତ ଛାତ୍ରଙ୍କ ବିରୋଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।