ଆନ୍ଦୋଳନକାରୀଙ୍କୁ ଚା’ ପିଆଇଲେ ପୋଲିସ୍ ବାବୁ ! ଅନଗୁଳ ନାଲକୋନଗର ଥାନାରେ ଚା’ର ମଜା ନେଲେ ଆନ୍ଦୋଳନକାରୀ ବିଜେପି ନେତ୍ରୀ । 

38

କନକ ବ୍ୟୁରୋ : ଆନ୍ଦୋଳନକାରୀଙ୍କୁ ଚା ପିଆଇଲେ ପୋଲିସବାବୁ ।  ଅନୁଗୁଳରେ ଏଭଳି ଦୃଶ୍ୟ ଏବେ ଚର୍ଚାର ବିଷୟ ପାଲଟିଛି । ଗତକାଲି ରାଜ୍ୟ ଶକ୍ତି ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଅନୁଗୁଳ ଟାଉନସିପ୍ ଛକ ନିକଟରେ କଳା ପତାକା ଦେଖାଇବାକୁ ଉଦ୍ୟମ କରିଥିଲା ଜିଲ୍ଲା ମହିଳା ବିଜେପି ମଞ୍ଚ  । ତେବେ ନାଲକୋ ପୁଲିସ୍ ଏହି ଆନ୍ଦୋଳନକାରୀଙ୍କୁ ନେଇ ଥାନାରେ ଅଟକ ରଖିଥିଲା  । ଆଉ ସେଠାରେ ଆନ୍ଦୋଳନକାରୀଙ୍କୁ ପୁଲିସର ସେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି  । ଆନ୍ଦୋଳନକାରୀଙ୍କୁ ଚାହା ପିଇବାକୁ ଦେଇଥିଲେ ପୁଲିସ୍ କର୍ମଚାରୀ  । ତେବେ ପ୍ରଶ୍ନ ହେଉଛି କାହା ଚାପରେ ପୁଲିସ୍  । ପୁଲିସର ଏହି ଅହେତୁକ ଚା’ ପିଆ ସେବା ପଛର କାରଣ କ’ଣ ?