ଚଳନ୍ତା ଟ୍ରେନରେ ଚୋରି ଏବଂ ଅସଦାଚରଣରୁ ସୁରକ୍ଷା ଦେବ ଏହି ଆପ୍ ! କିଭଳି କରିବେ ବ୍ୟବହାର ଜାଣିରଖନ୍ତୁ ।

29

ଭାରତରେ ଲକ୍ଷ ଲକ୍ଷ ଲୋକ ଦୈନିକ ଟ୍ରେନରେ ଯାତାୟାତ କରିଥାନ୍ତି । ଯାତ୍ରା ସମୟରେ ବିଭିନ୍ନ ସୁବିଧା ଏବଂ ଅସୁବିଧା ସହ ଯାତ୍ରୀମାନେ ସମ୍ମୁଖ ହୋଇଥାନ୍ତି । ଆପଣ ବି ଯଦି ଏଭଳି କିଛି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ବର୍ତ୍ତମାନ ଠାରୁ ରିପୋର୍ଟ କରିବା ପାଇଁ ଆପଣଙ୍କୁ ଆଗାମୀ ଷ୍ଟେସନର ଅପେକ୍ଷା କରିବାକୁ ପଡିବ ନାହିଁ । ରେଳବାଇ ତରଫରୁ ଯାତ୍ରୀ ମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏକ ମୋବାଇଲ୍ ଆପ୍ ଯୋଜନା ଆରମ୍ଭ କରାଯାଇଛି ।

ଏହି ଆପ୍ ଅନୁସାରେ ଚଳନ୍ତା ଟ୍ରେନ୍ ରେ ଯାତ୍ରୀମାନଙ୍କ ସହ ଅସଦାଚରଣ,ଚୋରୀ କିମ୍ବା ମାରପିଟ କଲେ ପୀଡିତ ଆପ୍ ସାହାର୍ଯ୍ୟରେ ଅଭିଯୋଗ କରିପାରିବେ । ଅଭିଯୋଗ ପରେ ଏହାକୁ “ଜିରୋ ଏଫଆଇଆର୍” ରେ ସାମିଲ କରି ଆରପିଏଫ୍ ମାମଲାର ତୁରନ୍ତ ଜାଞ୍ଚ୍ କରିବା ଆରମ୍ଭ କରିଦେବ । ଅଭିଯୋଗକୁ “ଜିରୋ ଏଫଆଇଆର୍” ରେ ସାମିଲ କରି ଆରପିଏଫ୍ ମାମଲାର ଜାଞ୍ଚ୍ କରିବ : ଆପଣଙ୍କୁ କହିରଖୁଛୁ କି “ଜିରୋ ଏଫଆଇଆର୍” ବ୍ୟକ୍ତି ନିଜ ଅଭିଯୋଗକୁ ଯେକୌଣସି ପୋଲିସ ଷ୍ଟେସନରେ ଦେଇପାରିବ । ପରବର୍ତ୍ତୀ ସମୟରେ ଏହି ଅଭିଯୋଗ ଉକ୍ତ ପୋଲିସ ଷ୍ଟେସନକୁ ସ୍ଥାନାନ୍ତରିତ କରିଦିଆଯିବ ଯେଉଁଠାରେ ଏହି ଘଟଣା ଘଟିଛି ।

ରେଲୱେ ସୁରକ୍ଷା ବଳର ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କ କହିବାନୁସାର ମୋବାଇଲ୍ ଆପ୍ ଦ୍ୱାରା ଅଭିଯୋଗ କରିବାର ପାଇଲଟ୍ ପ୍ରୋଜେକ୍ଟ ମଧ୍ୟପ୍ରଦେଶରେ ପ୍ରଥମରୁ ଚାଲିଆସିଛି । ଖୁବଶୀଘ୍ର ଏହାକୁ ପୁରା ଦେଶରେ ମଧ୍ୟ କାର୍ଯ୍ୟକାରୀ କରାଯିବ । ତାଙ୍କ ମତରେ ଏହି ଆପର ସବୁଠାରୁ ଖାସ୍ କଥା ହେଉଛି ଏହି ଆପ୍ ରେ ଖାଲି ଆରପିଏଫ୍ ନୁହଁ ଜିଆରପି,ଟିଟିଇ ଏବଂ ଟ୍ରେନ୍ କଣ୍ଡକ୍ଟରଙ୍କୁ ବି ଯୋଡା ଯାଇଛି । ତେବେ ଆଗକୁ ଯଦି ଆପଣ ବି ଏଭଳି ଅସୁବିଧାର ସମସ୍ୟା ହେଉଛନ୍ତି ତେବେ ଟିଟି ଆପଣଙ୍କୁ ଏକ ଅଭିଯୋଗ ଫର୍ମ ଦେବେ । ଏହି ଫର୍ମକୁ ପୂରଣ କରିବା ପରେ ଆଗାମୀ ଷ୍ଟେସନରେ ଥବା ଆରପିଏଫ୍ କିମ୍ବା ଜିଆରପି ଯବାନଙ୍କୁ ଦେବାକୁ ପଡିବ । ଏହାପରେ ଆପଣଙ୍କ ଅଭିଯୋଗ ସ୍ୱତଃ ଏଫଆଇଆରରେ ବଦଳିଯିବ । ଏହି ସମ୍ପୁର୍ଣ୍ଣ ପ୍ର୍ରକ୍ରିୟାକୁ ଚାହିଁଲେ ଅଫଲାଇନ୍ ମଧ୍ୟ କରିହେବ ।