ବିଜେଡିର ଓଲିଉଡକୁ ବିଜେପିର ଟଲିଉଡ ! ଦକ୍ଷିଣ ଓଡିଶାରେ ପ୍ରଚାର କରିବେ ପବନ କଲ୍ୟାଣ

112

କନକ ବ୍ୟୁରୋ : ବିଜେଡିର ଓଲିଉଡକୁ ଟକ୍କର ଦେବ ବିଜେପିର ଟଲିଉଡ । ଦକ୍ଷିଣ ଓଡିଶାର ପ୍ରମୁଖ ଜିଲ୍ଲା ଗଞ୍ଜାମରେ ପ୍ରଚାର କରିବେ ଦକ୍ଷିଣ ଭାରତ ହିରୋ । ପଂଚାୟତ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ସାଉଥ ସୁପରଷ୍ଟାର । ପବନ କଲ୍ୟାଣଙ୍କୁ ଆଣି ଭିଡ ଜୁଟାଇବ, ଆଉ ଭୋଟ୍ ବଢାଇବ ରାଜ୍ୟ ବିଜେପି । ନବୀନଙ୍କ ଗଡରେ ପଦ୍ମ ଫୁଟାଇବାକୁ ଆଶା ରଖିଛିି ବିଜେପି ।

ପଂଚାୟତ ପ୍ରଚାରକୁ ଜୋରଦାର କରିବା ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛି ବିଜେପି । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କନିଷିରେ ପହଂଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନିଂ କରିବେ । ରୋଡ ଶୋ ଓ ସାଧାରଣ ସଭା ଜରିଆରେ କେନ୍ଦ୍ରରେ ମୋଦି ସରକାରଙ୍କ ସଫଳତା ବଖାଣିବେ । ତେବେ ବିଜେପି ପ୍ରଚାରର ମୁଖ୍ୟ ଆକର୍ଷଣ ହେବେ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ ଓ ତେଲୁଗୁ ସୁପରଷ୍ଟାର ପବନ କଲ୍ୟାଣ । ହେଲେ ବିଜେଡିର ଦୃଢୋକ୍ତ ବିଜେପିର ଏହି ଉଦ୍ୟମ ଭିଡ ବଢାଇବ ସିନା ଭୋଟ ବଢାଇବ ନାହିଁ ।

ସେପଟେ ଆନ୍ଧ୍ରପ୍ରଦେଶରେ ପବନଙ୍କ ପ୍ରଚାରବେଳେ ତାଙ୍କୁ ଦେଖିବା ପାଇଁ ଲକ୍ଷଲକ୍ଷ ଲୋକଙ୍କ ଭିଡ ଜମିଥିଲା । ଗଞ୍ଜାମ ଜିଲ୍ଲାରେ ବିଜେପିର ପ୍ରଚାରବେଳେ ଏଭଳି ଭିଡ ହେବା ଅନୁମାନ । ହେଲେ ଭିଡ ଯେ, ଭୋଟରେ ପରିଣତ ହେବ ଆଉ ବିଜେପିକୁ ଫାଇଦା ମିଳିବ ତାହା କହିବା ମୁସ୍କିଲ ।