କ୍ୟାନସରର କମାଇବ ଅମୃତଭଣ୍ଡା ! ଜାଣନ୍ତୁ କେତେ ଉପକାରୀ ?

59

ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଆମେ ଖାଇଥାଉ । ତେବେ ସେହି ଖାଦ୍ୟ ମଧ୍ୟରୁ ଅମୃତଭଣ୍ଡା ମଧ୍ୟ ଗୋଟିଏ । ଅମୃତଭଣ୍ଡା ପ୍ରାୟ ସମସ୍ତେ ଖାଆନ୍ତି, କିନ୍ତୁ ଏହି ଅମୃତଭଣ୍ଡାରେ ରହିଥିବା ପୋଷକତତ୍ୱ ବିଷୟରେ କମଲୋକ ଜାଣିଥାନ୍ତି । ଯାହା ତ୍ୱଚା ପାଇ ବହୁ ଉପକାରୀ । ତେବେ ଆସନ୍ତୁ ଜାଣିବା, ଅମୃତ ଭଣ୍ଡାରେ ରହିଥିବା ପୋଷକତତ୍ୱ ସମ୍ବନ୍ଧରେ କିଛି ଟିପ୍ସ ।

-ଭଣ୍ଡାରେ ଭରପୁର ମାତ୍ରାରେ ପୋଷଣ ତତ୍ତ୍ୱ  ଅଛି । ଯାହା ଆମ ସ୍ୱାସ୍ଥ ପାଇଁ ଲାଭଦାୟକ ଅଟେ ।

-ଭଣ୍ଡାରେ ଭିଟାମିନ ଏ-ସି, ପୋଟାସିୟମ, ପ୍ରୋଟିନ, କ୍ୟାରିଟିନ, ଏବଂ ଫାଇବର ପୋଷଣ ତତ୍ୱ ଭରପୁର ମାତ୍ରରେ ରହିଛି । ଫଳରେ ଅନେର ରୋଗରୁ ମୁକ୍ତି ଦେବ ଅମୃତଭଣ୍ଡା ।

-ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ଅମୃତଭଣ୍ଡା । ଏହା ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଯଦି ତ୍ୱଚାରେ ବ୍ରଣ କିମ୍ବା ଚର୍ମରେ କୁଂଚିତ ପଣ ଦେଖାଯାଏ, ତେବେ ଭଣ୍ଡା ଖାଇବା ବେଶ ଉପଯୋଗୀ ।

-ଏହାକୁ ଖାଇବା ଦ୍ୱାରା ଦାନ୍ତ ସମସ୍ୟାରୁ ବି ମୁକ୍ତି ପାଇ ପାରିବେ । ଭଣ୍ଡା ଗଛର କିଛି ଚେର ଆଣନ୍ତୁ । ଏହାକୁ ବାଟି ଦିଅନ୍ତୁ । ଦାନ୍ତ ମାଢିରେ ଲଗାଇ ଦିଅନ୍ତୁ । ଦେଖିବେ ଦାନ୍ତ ବିନ୍ଧା ଧୀରେ ଧୀରେ କମିଯବ ।

-ଲାଇକୋପିନ ନାମର ତତ୍ୱ ଭଣ୍ଡାରେ ରହିଛି । ଏହାକୁ ଖାଇବା ଦ୍ୱାରା କ୍ୟାନସର ରୋଗ ଦେଖାଦେବାର କମ ସମ୍ଭାବନା ଅଛି ।

-ରୋଗକୁ ନିୟନ୍ତ୍ରଣ କରିବାରେ ବହୁ ସାହାଯ୍ୟ କରେ ଭଣ୍ଡା । ତା ସହ ପେଟର କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ବହୁ ସାହାଯ୍ୟ କରେ ଅମୃତଭଣ୍ଡା ।