ଅପରେସନ ଅଲଆଉଟ ! ୨୦୦ ଆତଙ୍କବାଦୀଙ୍କୁ ଖୋଜୁଛି ଭାରତୀୟ ସେନାର ଗୁଳି

35

ଅପରେସନ ଅଲଆଉଟ । ସେନାର ସ୍ୱର ଶାଣୀତ ହେବ ଘାଟିରେ, ଯାହାର ଗୁଂଜରଣ ଦିଲ୍ଲୀର ସତାଧାରୀ ଦଳ ପାଇଁ ଅନୁକୁଳ ବାତାବରଣ ତିଆରି କରିବ । ମିଶନ ଆତଙ୍କବାଦୀ ନୁହେଁ, ସେହି ତମାମ ବ୍ୟକ୍ତି ବି ସେନା ସ୍କାନରରେ ରହିବେ, ଯେଉଁମାନେ କାଶ୍ମୀର ସ୍ଥିତିକୁ ସଂଗୀନ କରିବାରେ ସହାୟକ ହେଉଥିଲେ । ୨୦୧୯ର ରାଜନୈତିକ ସ୍ଥିତିକୁ ଏହା କିଭଳି ପ୍ରଭାବିତ କରିବ ତାର ଆକଳନ ପୂର୍ବରୁ ଏତିକି କୁହାଯାଇ ପାରିବ ଯେ, ସରକାର ଭାଙ୍ଗିବା ଆତଙ୍କୀଙ୍କ ଅନ୍ତର ମୁଳଦୁଆ ପକାଇଲା ।

operation all outସେନାର ଗୁଳି ଖୋଜୁଛି ୨୦୦ ଆତଙ୍କବାଦୀଙ୍କୁ, ଆଉ ଏମାନଙ୍କୁ ନୀରବ ସମର୍ଥନ ଦେଉଥିବା ପାଖାପାଖି ୩୦୦ ବ୍ୟକ୍ତିଙ୍କୁ । ଯେଉଁମାନେ ଦେଶର ଅଖଣ୍ଡତା ପାଇଁ ସୃଷ୍ଟି କରିଛନ୍ତି ବଡଧରଣର ବିପଦ । ଆଉ ରାଷ୍ଟ୍ରପତି ଶାସନ ଲାଗୁହେବା ପରେ ସେନାର ଗତିବିଧି ବଢିବାର ଅନୁମାନ କରାଯାଉଛି । ଯେଉଁଠି ଆତଙ୍କୀଙ୍କୁ ମାରିବା ସହ ବିକାଶର ଧାରାକୁ ଆଗକୁ ବଢାଇବାର ଦାୟିତ୍ୱ ଏବେ ସେନା କାନ୍ଧରେ ବୋଲି କୁହାଯାଉଛି ।

ଘାଟିରେ ଶାନ୍ତି ଫେରାଇ ଆଣିବାକୁ ସେନା ଜାରି ରଖିଛି ଅପରେସନ ଅଲଆଉଟ ।
– ଗତବର୍ଷ ୨୧୮ ଆତଙ୍କୀ ସେନା ଗୁଳିର ଶୀକାର ହୋଇଥିଲେ
– ଚଳିତବର୍ଷ ୭୭ ଅତଙ୍କବାଦୀଙ୍କ ମୃତ୍ୟୁ ହେଲାଣି

ହେଲେ ରମଜାନ ସମୟରେ ଏକତରଫା ସିଜଫାୟାର ଘୋଷଣା କରିଥିବା କେନ୍ଦ୍ର ସରକାରର ଏହି ନିଷ୍ପତିର ପ୍ରଭାବ ଯେତେବେଳେ ଆକଳନ କରାଯାଉଛି, ସେତେବେଳ ଆତଙ୍କର ଭୟାନକ ଚେହେରା ସାମ୍ନାକୁ ଆସୁଛି ।
– ରମଜାନ ସମୟରେ ୬୫ ଆତଙ୍କୀ ଘଟଣା
– ସୁରକ୍ଷାବଳ ଉପରେ ୨୨ ଗ୍ରେନେଡ ମାଡ
– ୭ ଥର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ
– ୧୨ ଥର ଅସ୍ତ୍ରଶସ୍ତ୍ର ଲୁଟିବାର ପ୍ରୟାସ
– ୩ ଥର ଅନୁପ୍ରବେଶ ଉଦ୍ୟମ, ୧୪ ଆତଙ୍କବାଦୀଙ୍କ ମୃତ୍ୟୁ
– ୧୫ ଥର ଅସ୍ତ୍ରବିରତି ଉଲ୍ଲଂଘନ

୨୦୧୭ରେ ସେନା ତରଫରୁ ଆରମ୍ଭ ହୋଇଥିଲା ଅପରେସନ ଅଲଆଉଟ । ଘାଟିରୁ ଆତଙ୍କର ଛାଇ ଦୂର କରିବାକୁ ଚାଲିଛି ବଡ ଧରଣର ଅଭିଯାନ । ତଥାପି ଗତ ଚାରି ମାସରେ ଘଟିଥିବା ୮୦ଟି ଆତଙ୍କୀ ଘଟଣା ସ୍ଥିତିକୁ ସଂଗୀନ କରିଥିଲା । କୁହାଯାଉଛି, ବିଛିନତାବାଦୀଙ୍କୁ ରାଜନୈତିକ ସମର୍ଥନ ମିଳିବା ପରୋକ୍ଷରେ ଆତଙ୍କବାଦୀଙ୍କୁ ସମର୍ଥନ ଦେବାର ସ୍ଥିତି ତିଆରି କରିବା ଭଳି । ଆଉ ରାଜନୈତିକ ସଂକଟ ପରେ ରାଷ୍ଟ୍ରପତି ଶାସନ ଲାଗୁ ହେବା, ସେନାକୁ ଆତଙ୍କୀ ମୁଳପୋଛ ପାଇଁ ଗ୍ରୀନ ସିଗନାଲ ବୋଲି ଚିନ୍ତା କରାଯାଉଛି ।