୬୦ ଫୁଟ କୂଅ ମଧ୍ୟରେ ୬ ଘଣ୍ଟା ଜୀବନ ମରଣର ସଂଘର୍ଷ । ଖାଦ୍ୟ ସନ୍ଧାନରେ ଆସି କୂଅରେ ପଡ଼ିଲେ ଗଜରାଜ, ଜେସିବି ଲଗାଇ କରାଗଲା ଉଦ୍ଧାର

30

୬୦ ଫୁଟ କୂଅ ଭିତରେ ଜୀବନ ବଂଚାଇବା ପାଇଁ ହାତୀପଲଙ୍କ ସଂଘର୍ଷ । ଦୀର୍ଘ ୬ ଘଣ୍ଟା ଧରି ଜୀବନ ମରଣ ସହ ସଂର୍ଘଷ କରିବାକୁ ପଡ଼ିଥିଲା ହାତୀପଲଙ୍କୁ । ଦୀର୍ଘ ୬ଘଂଟା ଧରି ହାତୀ ଓ ହାତୀ ଛୁଆ କୂଅ ଭିତରୁ ବାହାରିବା ପାଇଁ ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା । ଅନେକ ଚେଷ୍ଟା କରିଥିଲେ ମଧ୍ୟ ଗଜରାଜ କୂଅ ମଧ୍ୟରୁ ବାହାରି ପାରି ନଥିଲେ । ଶେଷରେ ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପଂହଚିଥିଲା ବନବିଭାଗ ଟିମ୍ ।

ଏହାପରେ ଆରମ୍ଭ ହୋଇଥିଲା ଗଜରାଜ ରେସକ୍ୟୁ ଅପରେସନ । ଦୀର୍ଘ ୬ ଘଣ୍ଟାର ସଂଘର୍ଷ ପରେ ଜେସିବି ମେସିନ ସାହାଯ୍ୟରେ ହାତୀ ଛୁଆ ସହ ୩ଟି ହାତୀଙ୍କୁ ଉଦ୍ଧାର କରିଛି ବନବିଭାଗ । ଏହି ଘଟଣା ଘଟିଛି ତାମିଲନାଡୁର କାଦମ୍ବବୁରରେ । ହାତୀପଲ ଜଙ୍ଗଲରେ ବୁଲୁଥିବା ବେଳେ ଖାଦ୍ୟ ସନ୍ଧାନରେ ଗାଁକୁ ଚାଲିଆସିବା ପରେ କୂଅରେ ପଡିଯାଇଥିଲେ । ତେବେ ଯେତେ ଚେଷ୍ଟା କରିଥିଲେ ମଧ୍ୟ କୂଅ ମଧ୍ୟରୁ ଉଠି ପାରିନଥିଲେ ଗଜରାଜ ।