ଓଲା ଏବେ ଭଡ଼ାରେ ଯୋଗାଇବ ସାଇକେଲ ! ଜାଣନ୍ତୁ ଏହି ସେବାର ସ୍ୱତନ୍ତ୍ରତା

56

ଦେଶର ପୁରୁଣା ପରିବହନ ସେବା ଯୋଗାଣକାରୀ ସଂସ୍ଥା ଓଲା ଏବେ ଭଡ଼ାରେ ଦେବ ସାଇକେଲ । ଓଲା ସାଇକେଲ ଚଳାନ୍ତୁ ଆଉ ସ୍ୱସ୍ଥ୍ୟ ଭଲ ରଖନ୍ତୁ । କ୍ୟାବ ଓ ଅଟୋ ପରେ ସାଇକେଲ ଭଡ଼ାରେ ଯୋଗାଇବ ଓଲା । ତେବେ ଓଲା କମ୍ପାନୀ ତରଫରୁ ଏପରି ପଦକ୍ଷେପ ଯୋଗୁଁ ପରିବେଶ ଉପରେ ମଧ୍ୟ କୌଣସି କୁପ୍ରଭାବ ପଡ଼ିବ ନାହିଁ । ସ୍ୱାସ୍ଥ୍ୟକର ପରିବଶେ ପାଇଁ ସହାୟକ ହେବ ଓଲା ସାଇକେଲ୍ । କ୍ୟାବ୍ ସେବା ପରି ସାଇକେଲ ସେବାକୁ ମଧ୍ୟ ଲୋକେ ପସନ୍ଦ କରିବେ ବୋଲି ଓଲା ପକ୍ଷରୁ ଆଶା କରାଯାଛି । ତେବେ ଓଲାର ସାଇକେଲ ଚଳାଇବା ଦ୍ୱାରା ବ୍ୟୟାମ ନକରିପାରିବାର ଦୁଃଖ ମଧ୍ୟ ରହିବ ନାହିଁ । ତେବେ ଆସନ୍ତୁ ଜାଣିବା ଓଲା ସାଇକେଲ ବୁକ କରିବା ପାଇଁ କ’ଣ କ’ଣ କରିବା ପାଇଁ ପଡ଼ିବ । ଓଲା ସାଇକେଲ ବୁକ କରିବା ଓ ଏଥିରେ କେତେ ଭଡ଼ା ଲାଗିବ ସେ ବିଷୟରେ ଜାଣିବା . . . .

ଯଦି ଆପଣଙ୍କ ଅଫିସ୍ କିମ୍ବା କଲେଜ ଘର ଠାରୁ ୫ କିମ ଦୂରରେ ଅଛି ଆଉ ଆପଣ ଟ୍ରାଫିକ୍ ସମସ୍ୟା ଓ ଅଧିକ ଟଙ୍କା ଖର୍ଚ୍ଚ ଯୋଗୁଁ ଅସନ୍ତୁଷ୍ଟ ଅଛନ୍ତି, ତେବେ ଆପଣଙ୍କ ପାଇଁ ଓଲା ସାଇକେଲ ସେବା ଭଲ ହେବ । ଖୁବ ଶୀଘ୍ର ଆପଣଙ୍କର ଏପରି ସମସ୍ୟାର ସମାଧାନ ହେବ । ଓଲା ଅନୁସାରେ ଅଳ୍ପ ଦୂରତା ପାଇଁ କିଛି ଲୋକ କ୍ୟାବ ବୁକ କରିବା ପାଇଁ ଚାହାନ୍ତି ନାହିଁ । ଏବଂ ଉକ୍ତ ଦୂରତାକୁ ପରେ ଚାଲିବା ମଧ୍ୟ କଷ୍ଟ । ତେବେ ସେମାନଙ୍କ ପାଇଁ ଓଲାର ଏହି ସେବା ଭଲ କାମ କରିବ । ଏପରି ଦୂରତା ଅତିକ୍ରମ କରିବା ପାଇଁ କମ୍ପାନୀ ଓଲା ପ୍ୟାଡ଼ଲ ନାମରେ ସାଇକିଲ ଶେୟାରିଙ୍ଗ୍ ସେବା ଆଣୁଛି । କମ୍ପାନୀ ଏକ ଭିଡ଼ିଓ ଜାରି କିରବ ଏହାର ସୂଚନା ଦେଇଛି ।

ଓଲା ବର୍ତ୍ତମାନ ସମୟରେ ଆଇଆଇଟି କାନପୁରର କ୍ୟାମ୍ପସରେଏହି ପ୍ରୋଜେକ୍ଟର ପରୀକ୍ଷା ଆରମ୍ଭ କରିଛି । ତେବେ କ୍ୟାମ୍ପସରେ ୬୦୦ ସାଇକେଲ ସହ ଯୋଜନାର ପରୀକ୍ଷାନିରୀକ୍ଷା ଆରମ୍ଭ କରାଯାଉଛି । ଯଦି ପରୀକ୍ଷା ସଫଳ ହୁଏ, ତେବେ ସାରା ଦେଶରେ ତଥା ପ୍ରତି ସହରେ ଚାଲିବ ଓଲା ସାଇକେଲ । ତେବେ କମ୍ପାନୀର ଏପରି ପଦକ୍ଷେପ ଯୋଗୁଁ ଯୁବଗୋଷ୍ଠୀ ମଧ୍ୟରେ ସାଇକେଲ ଚଳାଇବା ଅଭ୍ୟାସ ବଢ଼ିବ ଓ ପରିବେଶ ସୁରକ୍ଷା ପାଇଁ ସାହାୟକ ହେବ । କ୍ୟାବ ବୁକିଂ ପରି ଓଲା ଫ୍ୟାଡଲ ସେବା ମୋବାଇଲ ଆପ ଜରିଆରେ ଉପଲବ୍ଧ ହେବ । ଓଲା ଫ୍ୟାଡଲ ଆପ୍ ଜରିଆରେ ଆପଣ ବୁକ କରିପାରିବେ ସାଇକେଲ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସେବା ଆଧାର ସେବା ସହ ଯୋଡ଼ି ହେବ । ଏହାର ଅର୍ଥ ଆପଣଙ୍କ ଅଙ୍ଗୁଳି ଛାପରେ ସାଇକେଲ ଲକ୍ ଖୋଲିବ । ତେବେ ଆଧାର ସଂଯୋଗ ଯୋଗୁଁ ଓଲା ସାଇକେଲ ଚୋରି ହେବାର ସମ୍ଭାବନା ମଧ୍ୟ କମି ଯିବ ।