‘ଓଡିଶା ବିଜନେସ୍ ଆୱାର୍ଡþସ-୨୦୧୭’ ! ବ୍ୟବସାୟୀମାନଙ୍କୁ ଉତ୍ସାହିତ କରିବାକୁ କନକ ନ୍ୟୁଜର ନିଆରା ପଦକ୍ଷେପ

31

କନକ ବ୍ୟୁରୋ : ରାଜ୍ୟର ସଫଳ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ପାଇଁ କନକ ନ୍ୟୁଜର ଏକ ନିଆରା ପଦକ୍ଷେପ ହେଉଛି ଓଡିଶା ବିଜିନେସ ଆୱାର୍ଡସ-୨୦୧୭ । ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ଅବଦାନ ପାଇଁ ସଫଳ ବ୍ୟବସାୟୀ ତଥା ବ୍ୟବସାୟ ସଂଗଠନ ଗୁଡିକୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯିବ । ଆଗ୍ରହୀ ବ୍ୟବସାୟୀ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଏଥିପାଇଁ ପଂଜୀକରଣ କରିସାରିଛନ୍ତି । ଓଡିଶା ବିଜନେସ୍ ଆୱାର୍ଡ -୨୦୧୭ ପାଇଁ ଅନଲାଇନ୍ ଭୋଟିଂ ଆରମ୍ଭ ହୋଇସାରିଛି । ତେବେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ୫ ଜଣିଆ ବିଚାରକ ମଣ୍ଡଳୀ ବିଭିନ୍ନ କ୍ୟାଟେଗୋରୀକୁ ଅନୁଧ୍ୟାନ କରିଛନ୍ତି । ପରବର୍ତୀ ପର୍ଯ୍ୟାୟରେ ରାଣ୍ଡମ ସାମପ୍ଲିଂ ଏବଂ ଅନଲାଇନ୍ ଭୋଟିଂକୁ ଆଧାର କରି ଆସନ୍ତା ୨୦ ତାରିଖ ଦିନ ମେଫେୟାର କନଭେନସନରେ ବିଜେତାଙ୍କ ନାଁ ଘୋଷଣା କରାଯିବ ।