ବାରମ୍ବାର ସେଲ୍ଫି ନେଉଥିବା ଓ ଏଡିଟିଙ୍ଗ ଆପ୍ ବ୍ୟବହାର କରୁଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ , ନଚେତ୍ ଏହି ମାନସିକ ରୋଗର ହୋଇପାରନ୍ତି ଶିକାର

56

ବାରମ୍ବାର ସେଲ୍ଫି ନେବା ଓ ସୁନ୍ଦର ଦେଖାଯିବା ପାଇଁ ଫିଲ୍ଟର୍ସ ପ୍ରୟୋଗ କରି ଫଟୋର ଏଡିଟିଙ୍ଗ କରିବା କୌଣସି ସଉକ ନୁହେଁ ବରଂ ଏହା ଏବେ ମାନସିକ ରୋଗରେ ପରିଣତ ହେବାକୁ ଯାଉଛି । ଏକ ଗବେଷଣାରୁ ଯାହା ଜଣା ପଡିଛି ସ୍ନାପ ଚାର୍ଟ ଓ ଫେସଟ୍ୟୁନ ଭଳି ଆପକୁ ବ୍ୟବହାର କରି ସୋସିଆଲ ମିଡିଆରେ ଅଧିକ ସୁନ୍ଦର ଦେଖାଯିବାର ନିଶା ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ଝିଅମାନେ ସୁନ୍ଦର ଦେଖାଯିବା ଫୋବିୟାରେ ଗ୍ରାସିତ ହେଉଛନ୍ତି । ସେମାନେ ସୋଶିଆଲ ମିଡିଆକୁ ହିଁ ସୁନ୍ଦର ଦେଖାଯିବାର ସଠିକ୍ ସ୍ଥାନ ଭାବୁଛନ୍ତି ।

ଗବେଷଣାରୁ ଯାହା ଜଣାପଡିଛି ଖାସକରି ସେଲ୍ଫିରେ ସୁନ୍ଦର ଦେଖାଯାଉଥିବା ଯୁବପିଢ଼ି ଶାରୀରିକ କୁରୂପତା ସମ୍ବନ୍ଧୀ ମାସନିକ ବିକାର ଶିକାର ହେଉଛନ୍ତି । ଯୁବଗୋଷ୍ଠୀ ପ୍ରଥମେ ସେଲ୍ଫି ନିଅନ୍ତି ଓ ଯଦି ସେମାନଙ୍କୁ ସେଇ ଫଟୋଟି ପସନ୍ଦ ନହୁଏ, ତେବେ ଏଡିଟିଙ୍ଗ ଆପ୍ ଜରିଆରେ ନିଜ ଲୁକକୁ ଅଧିକ ସୁନ୍ଦର କରିବା ପାଇଁ ଚେଷ୍ଟା କରନ୍ତି । ବାରମ୍ବାର ଫଟୋରେ ସୁନ୍ଦର ଦେଖାଯିବା ନଯିବାରୁ ଲୋକମାନେ ପ୍ଲାଷ୍ଟିକ୍ ସର୍ଜରୀ ଓ ଅନ୍ୟ ଥେରାପି ଆଡକୁ ମୁହାଁଉଛନ୍ତି । ମୋଟ୍ ଜନସଂଖ୍ୟାର ପାଖାପାଖି ୨ ପ୍ରତିଶତ ଲୋକ ଏବେ ଏହି ରୋଗର ଶିକାର ହେଉଛନ୍ତି ।

ବାରମ୍ବାର ନିଜ ଫଟୋ ବଦଳାଇବା ଏବଂ ହାବଭାବ ବଦଳାଇ ଫଟୋ ଅପଲୋଡ କରୁଥିିବା ଝିଅମାନେ ସାଧାରଣତଃ ଭାବନ୍ତି କି ସୋଶିଆଲ ମିଡିଆରେ ସୁନ୍ଦର ଦେଖାଯିବା ହିଁ ବାସ୍ତବିକ ସୁନ୍ଦରତା । ଅନୁସନ୍ଧାନରେ ସାମିଲ କରାଯାଇଥିବା ୫୫ ପ୍ରତିଶତ ପ୍ଲାଷ୍ଟିକ ସର୍ଜନଙ୍କ କହିବାନୁସାରେ, ତାଙ୍କ ପାଖକୁ ସୁବଠାରୁ ଅଧିକ ଏମିତି ରୋଗୀ ଆସନ୍ତି, ଯେଉଁମାନେ ସେଲ୍ଫିରେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି ।

ପ୍ରାୟତଃ ଅଧିକାଂଶ ଲୋକମାନେ ସ୍ନାପଚାର୍ଟ ଡିସ୍ମୋର୍ଫିୟା ର ଶିକାର ହେଉଛନ୍ତି । ସେମାନେ ଭିନ୍ନ ଭିନ୍ନ ଲୁକରେ ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ କରୁଛନ୍ତି । ଏହାର ସମାଧାନ ସର୍ଜରୀ ନୁହଁ ଓ ଏହା ଦ୍ୱାରା ଆପଣଙ୍କ ଲୁକ୍ ଅଧିକ ଖରାପ ହେବାର ବିପଦ ରହିଛି । ଏଭଳି ଲୋକମାନଙ୍କୁ ସର୍ଜରୀ ପରିବର୍ତ୍ତେ ମନୋଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ ।