କନକ ବ୍ୟୁରୋ: ଶୈବ ପୀଠରେ ପିସିସି ସଭାପତି । ମହାଦେବଙ୍କ ଶରଣ ପଶିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଭଦ୍ରକ ଆରଡି ସ୍ଥିତ ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି ନିରଞ୍ଜନ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଭିନ୍ନ ହିନ୍ଦୁ ମନ୍ଦିର ଦର୍ଶନ କରୁଥିବାର ନଜିର ରହିଥିବା ବେଳେ ପିସିସି ସଭାପତି ସେହି ଦିଗରେ ପାଦ ବଢାଇଛନ୍ତି । ସମର୍ଥକଙ୍କ ଗହଳରେ ସେ ମନ୍ଦିରରେ ଶିବଙ୍କ ଆରାଧନା କରିଥିଲେ । ଏହି ଅବସରରେ ନିରଞ୍ଜନ କହିଛନ୍ତି ଯେ ଏହି ଶୈବପୀଠର ଯେପରି ବିକାଶ ହେବା କଥା ତାହା ହୋଇନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ଦ୍ୱିତୀୟ ଶ୍ରାବଣ ସୋମବାର ଅବସରରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ବିଭିନ୍ନ ଶୈବପୀଠରେ କାଉଡିଆମାନେ ଧାଡି ଲଗାଇଛନ୍ତି । ଶିବମନ୍ତ୍ରରେ ଫାଟିପଡୁଛି ଶୈବପୀଠ । ଶିଶୁଙ୍କଠାରୁ ମହିଳା ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ମାନସିକଧାରୀ କାଉଡିଆ ମହାଦବଙ୍କୁ ଜଳାଭିଷେକ କରୁଛନ୍ତି । ଶୃଙ୍ଖଳିତ ଭାବେ ଜଳଲାଗି କରିବା ପାଇଁ ମନ୍ଦିରମାନଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କାନ୍ଧରେ କାଉଡି ଧରି ପାଣି ଭାର ବୋହି ତୁଣ୍ଡରେ ବୋଲବମ୍ ହରହର ବମ୍ ମନ୍ତ୍ର ଉଚ୍ଚାରଣ କରି କାହିଁ କେତେ ବାଟରୁ କାଉଡିଆମାନେ ଧାଇଁ ଆସିଛନ୍ତି ଶିବାଳୟକୁ । ବିଶ୍ୱାସ ରହିଛି ଶ୍ରାବଣ ସୋମବାରରେ ଶିବଲିଙ୍ଗରେ ଜଳଲାଗି କଲେ ମାନସିକ ପୂରଣ ହୋଇଥାଏ ।
ସେହିପରି ଆଠଗଡ ଧବଳେଶ୍ୱର ପୀଠରେ ହଜାର ହଜାର କାଉଡିଆ ମହାଦେବଙ୍କ ଜଳାଭିଷେକ କରୁଛନ୍ତିି । ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଝୁଲାପୋଲ ଓ ଡଙ୍ଗା ଉଭୟ ବାଟ ଦେଇ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧବଳେଶ୍ୱରଙ୍କୁ ଉପରେ ପାଣି ଢ଼ାଳିଛନ୍ତି ।