ଭାରତ- ପାକ୍ ସଂପର୍କରେ ବଢୁଛି ତିକ୍ତତା ! ବିଶ୍ୱ ଅଦାଲତରେ ଅଭିଯୋଗ କରିବ ଭାରତ

28

କନକ ବ୍ୟୁରୋ : କୁଳଭୂଷଣ ଯାଦବ ଫାଶୀ ଦଣ୍ଡାଦେଶ ଘଟଣାରେ ପୁଣି ବିବାଦ ବଢିବାରେ ଲାଗିଛି । ପାକିସ୍ତାନ ସେନା ମୁଖ୍ୟ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଭେଟିବାର ସୁଯୋଗ ଦିଆଯାଇପାରିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି । ସାମରିକ ଅଦାଲତର ମୃତ୍ୟୁ ଦଣ୍ଡାଦେଶକୁ ସିଭିଲ ଅଦାଲତରେ ମଧ୍ୟ କାଏମ ରଖିବାକୁ ପାକ୍ ସେନା ବଦ୍ଧପରିକର ବୋଲି ସେନା ପକ୍ଷରୁ କୁହାଯାଇଛି ।

କୁଲଭୂଷଣଙ୍କୁ ଭେଟିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ୧୪ ଥର ଅନୁରୋଧ କରାଯାଇଥିଲା । ତଥାପି ପାକ୍ ସେନା ଏହାକୁ ଗୁରୁତ୍ୱ ଦେଇନଥିଲା । ଏପରକି କୋର୍ଟଙ୍କ ରାୟ ଓ ଚାର୍ଜସିଟ୍ କପି ମଧ୍ୟ ଭାରତକୁ ମିଳିନଥିବା ଜଣାପଡିଛି । ଏନେଇ ଆନ୍ତର୍ଜାତୀୟ ନ୍ୟାୟ ଅଦାଲତର ଦ୍ୱାରସ୍ଥ ଭାରତ ହେବ ବୋଲି କୁହାଯାଇଛି ।