ବିଜେପିର ବିକାଶ ଉତ୍ସବରେ ଯୋଗଦେବାକୁ ଭୁବନେଶ୍ୱର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଗଡକରୀ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଓଡିଶା ଆସିବେ କେନ୍ଦ୍ର ସଡକ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ । କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ବିକାଶ ଉତ୍ସବରେ ସାମିଲ ହେବା ପାଇଁ ଭୁବନେଶ୍ୱର ଆସୁଛନ୍ତି । କେନ୍ଦ୍ରରେ ମୋଦି ସରକାର ନିଜ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ହାସଲ କରିଥିବା ସଫଳତା ବିଷୟରେ ସେ ତଥ୍ୟ ଉପସ୍ଥାପନ କରିବେ । ତେବେ ଏହି ଅବସରରେ କୌଣସି ସାଧାରଣ ସଭା ଆୟୋଜିତ ହେଉ ନାହିଁ । କେବଳ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କୁ କେନ୍ଦ୍ର ମନ୍ତ୍ରୀ ଗଡକରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ନିଜ ବିଫଳତା ଲୁଚାଇବାକୁ ଯାଇ ବିଜେପି ଏଭଳି ବ୍ୟବସ୍ଥା କରିଥିବା ଚର୍ଚ୍ଚା ହେଉଛି । କାରଣ ପୂର୍ବରୁ ରାଉରକେଲା ହୋଇଥିବା ବିକାଶ ଉତ୍ସବ ଫ୍ଲପ୍ ସୋ ପାଲଟିଥିଲା । ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ଥିବା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର  ଆସିପାରି ନଥିଲେ ।  ଏନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା ।