ନିକିତା ମୃତ୍ୟୁ ନେଇ ଫିଟୁଛି ଗୁମର ! ଶାଶୁ-ଶ୍ୱଶୁର ଫେରାର, ଛାତରୁ ଠେଲି ଦେଇଥିବା ସ୍ୱୀକାର କରିଥିଲେ ଅଭିନେତ୍ରୀଙ୍କ ସ୍ୱାମୀ

322

କନକ ବ୍ୟୁରୋ : ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ଲିପନ ସାହୁ ଗିରଫ ପରେ ଏବେ ପୁଲିସ ଟାର୍ଗେଟରେ ଶାଶୁ ଶ୍ୱଶୁର । ପୁଲିସ ତାଙ୍କୁ ଗିରଫ କରିବାକୁ ଯୋଜନା ଚଳାଇ ଥିବାବେଳେ ସେମାନେ ଫେରାର ହୋଇଯାଇଛନ୍ତି । ଏବଂ ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଉଭୟଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଗତକାଲିଠାରୁ ଟେଲି ଅଭିନେତ୍ରୀ ନିକିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଛି । ତେଣୁ ମୃତ୍ୟୁର କାରଣ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ସେପଟେ ନିକିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଲିପନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି । ଶ୍ୱଶୁର ଲିଙ୍ଗରାଜ ସାହୁ ଓ ଶାଶୁ କୁନ୍ତଳା ସାହୁଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ଅପରାଧିକ ଷଡଯନ୍ତ୍ର ଭଳି ଅଭିଯୋଗରେ ମାମଲା ରୁଜୁ ହୋଇଛି । ମଙ୍ଗଳବାର ସେମାନଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ କରାଯାଇଥିଲା । ହେଲେ ସେମାନେ ଫେରାର ହୋଇଯାଇଛନ୍ତି ।