ନବରଙ୍ଗପୁର : ବାରମ୍ବାର ଫୋନ୍ ପରେ ବି ଆସିଲାନି ୧୦୨ କି ୧୦୮ ଆମ୍ବୁଲାନ, ହାତରେ ଭାର କରି ୩କିଲୋମିଟର ବୁହା ହେଲେ ଗର୍ଭବତୀ

28

କନକ ବ୍ୟୁରୋ : ଗର୍ଭବତୀଙ୍କ ପାଇଁ ଆସିଲାନି ଆମ୍ବୁଲାନ୍ସ । ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ବାରମ୍ବାର ଯୋଗାଯୋଗ ପରେ ବି ପହଂଚିଲାନାହିଁ ଆମ୍ବୁଲାନ୍ସ । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ଗର୍ଭବତୀଙ୍କୁ ୩କିଲୋମିଟର ବାଟ ବୋହି ନେଇଗଲେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାମପାରା ଗାଁରେ । ଅଭିଯୋଗ ଅନୁସାରେ ଗାଁର ଡମଣୀ ଗଣ୍ଡଙ୍କ ପ୍ରସବ ବେଦନା ହୋଇଥିଲା ।

ଏହାପରେ ପରିବାର ଲୋକେ ବାରମ୍ବାର ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ଗାଁରେ ପହଂଚିନଥିଲା । ଫଳରେ ପରିବାରଲୋକେ ବାଧ୍ୟ ହୋଇ ଡମଣୀଙ୍କୁ ୩କିଲୋମିଟର ବାଟ ବୋହି ନେଇଯାଇଥିଲେ । ତା ପରେ ସେଠାରୁ ଏକ ଗାଡି ଭଡା କରି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ।