ସପ୍ତମ ବେତନ କମିସନକୁ ନବ ନିର୍ମାଣ କୃଷକ ସଙ୍ଗଠନର ବିରୋଧ ! ସଂଗଠନର ପ୍ରଶ୍ନ,କୃଷକଙ୍କୁ ଦେବାକୁ ଯଦି ଟଙ୍କା ନାହିଁ, କର୍ମଚାରୀଙ୍କ ପାଇଁ କୁଆଡୁ ଆସିଲା ଅର୍ଥ

34

କନକ ବ୍ୟୁରୋ : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ସୁପାରିଶ ହାରରେ ଦରମା ଦେବା ନିଷ୍ପତିକୁ ନବ ନିର୍ମାଣ କୃଷକ ସଙ୍ଗଠନ ବିରୋଧ କରିଛି । ସଙ୍ଗଠନ ପ୍ରଶ୍ନ କରିଛି , ଯଦି କୃଷକଙ୍କ ଟଙ୍କା ଦେବାକୁ ସରକାରଙ୍କ ପାଖରେ ପାଣ୍ଠି ନାହିଁ, ତାହାହେଲେ ସରକାର କର୍ମଚାରୀଙ୍କୁ ବର୍ଦ୍ଧିତ ବେତନ ଦେବାକୁ ଟଙ୍କା ଆସିବ କୁଆଡୁ । ଆଗାମୀ ବଜେଟରେ ଚାଷୀଙ୍କ ପାଇଁ ଅର୍ଥ ବ୍ୟୟବରାଦ ନ କଲେ ଆନ୍ଦୋଳନ ଆହୁରି ଭୟଙ୍କର ହେବ ବୋଲି ସଙ୍ଗଠନର ଆବାହକ ଅକ୍ଷୟ କୁମାର ରହିଛନ୍ତି ।