ରାୟଗଡାର ଲାକୁବାଡି ଗ୍ରାମବାସୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥାହୋଇ ଜାହିର କଲେ ଖୁସି ! ବିଜୁଳି ସଂଯୋଗ ହୋଇଥିବାରୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀଙ୍କୁ

42

କନକ ବ୍ୟୁରୋ : ସାରା ଦେଶରେ ଲୋକମାନଙ୍କୁ ବିଜୁଳି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ନିଜ ପ୍ରତିଶୃତି ମୁତାବକ ଧିରେ ଧିରେ ସମସ୍ତ ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ଓଡିଶାରେ ଅନେକ ବର୍ତ୍ତମାନ ସମୟରେ ଅନେକ ଗ୍ରାମ ରହିଛି ଯେଉଁଠାରେ ବିଜୁଳି ସଂଯୋଗ କରାଯାଇ ନାହିଁ । ତେବେ ମୋଦି ରାୟଗଡାର ଲାକୁବାଡି ଗ୍ରାମରେ ବିଦ୍ୟୁତ ସଂଯୋଗ କରାଯାଇଥିବା ଲୋକମାନଙ୍କ ସହ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି । ସବୁଠାରୁ କୈାତୁହଳ କଥା ଗ୍ରାମରେ ବିଜୁଳି ସଂଯୋଗ ହେବା ପରେ ମୋଦି ଗ୍ରାମବାସୀଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ୧୫ ମିନିଟ କଥା ହେବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ।

ରାୟଗଡା ଜିଲ୍ଳା ସଦର ବ୍ଳକ ଗୁମ୍ମା ପଂଚାୟତର ଲାକୁବାଡି ଗ୍ରାମରେ ଗତ ୨୦୧୬ ମସିହା ଅଗଷ୍ଟ ମାସରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଗ୍ରାମର ୩୫ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା । ବିଦ୍ୟୁତ ସଂଯୋଗ ପରେ ଘର ଆଲୋକିତ ହେବା ସହ ମୋବାଇଲ ଚାର୍ଜ,ଟିଭି ଦେଖିବା ଆଦି ବିଭିନ୍ନ ସୁବିଧାର ପାଇ ପାରିଛନ୍ତି ଗ୍ରାମବାସୀ । ଯାହା ସେମାନେ ଆଜି ଏନଆଇସି କେନ୍ଦ୍ରରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିଜ ସରକାରଙ୍କ ଜନହିତକର ଯୋଜନା ଲୋକଙ୍କ ସୁବିଧା ପାଇଁ ପ୍ରଣୟନ ହେଉଥିବା ପ୍ରକାଶ କରିଛନ୍ତି ।