ବିଜେଡି ରାଜନୀତିରେ ପଟ୍ଟ ପରିବର୍ତନ ! ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚାଲେଂଜ କଲେ ପୂର୍ବତନ ବିଧାୟକ ନବୀନ

29

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ବିଜେଡି ରାଜନୀତିରେ ପଟ୍ଟ ପରିବର୍ତନ ହେବାରେ ଲାଗିଛି । ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ସୁଧୀର ସାମଲ ବିଜେଡିରେ ଯୋଗଦେବା ପରେ ଅସନ୍ତୁଷ୍ଟ ବିଜେଡି ନେତା ଫେସବୁକ ଜରିଆରେ ଅସନ୍ତୋଷ ଜାହିର କରିଛନ୍ତି । ବିଜେଡି ଦଳରୁ ଟିକେଟ ନମିଳିଲେ ମଧ୍ୟ ୨୦୧୯ ନିର୍ବାଚନରେ ଲଢିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଂକୁ ଖୋଲା ଚାଲେଂଜ କରିଛନ୍ତି ବିଜେଡିର ପୂର୍ବତନ ବିଧାୟକ ନବୀନ ନନ୍ଦ ।

ବର୍ତମାନ ବିଜେଡି ଦଳରେ ଯାହାର ଟଂକା ଅଛି ତାର କାଟତି ରହୁଛି ବୋଲି ନବୀନ ନନ୍ଦ କହିଛନ୍ତି । ପ୍ରବଳ ଅର୍ଥ ଦେଇପାରୁଥିବା ବ୍ୟକ୍ତିବିଶେଷଙ୍କୁ ଦଳରେ ସାମିଲ କରାଯାଉଛି । ମୁଖ୍ୟମନ୍ତ୍ରୀ ସ୍ୱଛ ମାତ୍ର ତାଙ୍କର କିଛି ଅନୁଗତ ଦଳକୁ ଛାରଖାର କରିଦେଉଛନ୍ତି । ଫଳରେ ଆଗାମୀ ନିର୍ବାଚନ ପୂର୍ବରୁ ଅନେକ ସାଂଗଠନିକ ନେତା ଦଳ ଛାଡିବେ ବୋଲି ସେ ତାଙ୍କ ଫେସବୁକ୍ ପୋଷ୍ଟରେ କହିଛନ୍ତି । ପୁର୍ବ ନିର୍ବାଚନରେ ବିଜେଡି ଟିକେଟ ଦେବା ବେଳେ ପ୍ରବଳ ଅର୍ଥ କାରବାର ହୋଇଥିଲା ବୋଲି କହିଛନ୍ତି ନବୀନ ନନ୍ଦ ।

ସେପଟେ ବିଜେଡି ମିଶିଥିବା ସୁଧିର ସାମଲ କହିଛନ୍ତି ଏହା ନବୀନ ନନ୍ଦଙ୍କ ବାଚାଳାମି । ବିଜେଡିରେ ଯେତେ ନେତା ମିଶିଲେ ସୁଦ୍ଧା ଢେଙ୍କାନାଳରେ ବିଜେପି ବିଜୟ ହାସଲ କରିବ ବୋଲି କହିଛନ୍ତି ପୁର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି ।