ପାକିସ୍ତାନର ପୋଲ ଖୋଲିଲା ଖୋଦ୍ ଜୈସର ମୁଖ୍ୟ! ଅଡିଓ ଟେପ୍ ଜାରି କରି ଅଜହର କହିଲା, ଏୟାରଷ୍ଟ୍ରାଇକର ପୂରା କାହାଣୀ

1,367

ପିଓକେରେ ଭାରତର ଅତର୍କିତ ଆକ୍ରମଣକୁ ସ୍ପଷ୍ଟ କରିଛି ଖୋଦ୍ ଆତଙ୍କୀ ସଂଗଠନ ଜୈସ-ଏ- ମୋହମ୍ମଦର ମୁଖ୍ୟ ମସୁଦ ଅଜହର । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ବାଲାକୋଟରେ ଭାରତର ଏୟାରଷ୍ଟ୍ରାଇକକୁ ନେଇ ଜୈସର ମୁଖିଆ ମସୁଦ ଅଜହର ଜାରି କରିଥିବା ଏକ ଅଡିଓ ଟେପ  ବର୍ତ୍ତମାନ ସାମନାକୁ ଆସିଛି । ଯେଉଁଥିରେ ଖୋଦ୍ ମସୁଦ ଏକଥା ସ୍ୱୀକାର କରିଛି କି,   ଭାରତୀୟ ବାୟୁ ସେନା ତାର ଆତଙ୍କୀ ଆଡ୍ଡାଗୁଡିକ ଉପରକୁ ବୋମାବର୍ଷଣ  କରିଛି । ଯେଉଁଥିରେ ତାର ବହୁ ଶକ୍ତିଶାଳୀ କମାଣ୍ଡରମାନେ ନିହତ ହୋଇଥିବା ମସୁଦ କହିଛି । ତେବେ ଏହା ସ୍ପଷ୍ଟ ହୋଇଛି କି ଭାରତର ଆକ୍ରମଣରେ ପାକିସ୍ତାନର କୌଣସି ପ୍ରଭାବ ପଡିନଥିବା ନେଇ  ପାକିସ୍ତାନ ପକ୍ଷରୁ ବାରମ୍ବାର ଯୁକ୍ତି କରାଯାଉଥିବା ବେଳେ ଏହି ଅଡିଓ ଟେପ ପ୍ରମାଣ କରିଛି କି ବାସ୍ତବରେ ପୁଲଓାମା ଆକ୍ରମଣର ବଦଲା ନେଇଛି ଭାରତ ।

 

ସୂଚନା ମୁତାବର, ଏହି ଆକ୍ରମଣ ପରେ ମସୁଦ ଅଜହରର ପରିବାରର ଅନେକ ସଂପର୍କିୟ କେଉଁଆଡେ ଗାଏବ ହୋଇଯାଇଛନ୍ତି । କୁହାଯାଉଛି କି, ଏହି ଆକ୍ରମଣରେ ମସୁଦର ଦୁଇ ଭାଇ ନିହତ ହୋଇଛନ୍ତି, ଯେଉଁମାନେ କି ବୋମାମାଡ ସମୟରେ ଆତଙ୍କୀ ଶିବିରରେ ଉପସ୍ଥିତ ଥିଲେ । ଏଠାରେ ଆମ କହି ରଖିଛୁ କି,  ମଙ୍ଗଳବାର ବଡି ଭୋରୁ ଭାରତୀୟ ସେନାର ଲଡାକୁ ବିମାନ ପିଓକେରେ ପଶି ଜୈସ-ଏ-ମୋହମ୍ମଦର ସବୁଠାରୁ ବଡ ପ୍ରଶିକ୍ଷଣ ଶିବିର ଉପରକୁ ଆକାଶ ମାର୍ଗରୁ ଆକ୍ରମଣ କରି ଜାଳି ପୋଡି ପାଉଁଶ କରିପକାଇଛି । ଏହି ଆକ୍ରମଣରେ ଜୈସର ବହୁ ସଂଖ୍ୟକ ଆତଙ୍କବାଦୀ , ପ୍ରଶିକ୍ଷକ ଏବଂ ବରିଷ୍ଠ କମାଣ୍ଡର ନିହତ ହୋଇଥିବା ସୂଚନା ମିଳିଛି ।

ଉଲ୍ଲେଖ ଥାଉ କି,  ଉରୀ ଆତଙ୍କବାଦୀ ହମଲାର ୨ବର୍ଷ ପରେ କାଶ୍ମୀରରେ ବଡ ଧରଣର ଆତଙ୍କୀ ହମଲା ସାରାଦେଶକୁ ଦୋହଲାଇ ଦେଇଥିଲା । ୧୪ ଫେବୃଆରୀରେ ଜାମ୍ମୁରୁ ଶ୍ରୀନଗର ଯାଉଥିବା ସିଆରପିଏଫ ଦଳ ଉପରେ ଅଚାନକ ହମଲା କରିଥିଲେ ଆତଙ୍କବାଦୀ । ଏଥିରେ ୪୦ଜଣ  ଯବାନ ସହିଦ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ ।  ତେବେ ଆତଙ୍କି ସଂଗଠନ ଜୈସ-ଇ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏନେଇ ଜୈସ-ଇ-ମହମ୍ମଦ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା ।