ବଲାଙ୍ଗୀର : ଲାଲ ସଂଗଠନର ୫୦ ବର୍ଷ ପୂର୍ତି ଉପଲକ୍ଷେ ପାଟଣାଗଡର ଦୁଇଟି ସ୍ଥାନରେ ଲାଗିଛି ମାଓ ପୋଷ୍ଟର

19

କନକ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡର ଦୁଇଟି ସ୍ଥାନରେ ଲାଗିଛି ମାଓ ପୋଷ୍ଟର । ଲାଲ ସଂଗଠନର ୫୦ ବର୍ଷ ପୂର୍ତି ପାଳନ ପାଇଁ ଗଙ୍ଗସାଗର ହାଇସ୍କୁଲ ଗେଟ୍ ଓ ଝୁଲେନବର-ପଣ୍ଡରିପାଣି ରାସ୍ତାରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ପୋଷ୍ଟରରେ ଦାଲାଲଗିରି ବନ୍ଦ କରିବାକୁ ଆହ୍ୱାନ ଦେବା ସହ ସାମନ୍ତବାଦ, ପୁଂଜିବାଦ ଓ ଶୋଷଣକାରୀଙ୍କୁ ବିରୋଧ କରିବା ପାଇଁ କୁହାଯାଇଛି । ବଲାଙ୍ଗିର-ବରଗଡ ମହାସମୁନ୍ଦ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ସେପଟେ କନ୍ଧମାଳର ଦାରିଙ୍ଗବାଡିରେ ମଧ୍ୟ ମାଓପୋଷ୍ଟର ଦେଖିବାକୁ ମିଳିଛି । ଏ ପୋଷ୍ଟରରେ ମଧ୍ୟ ସମାନ୍ନ କଥା ଲେଖିଛନ୍ତି ଲାଲବାହିନୀ ।