୫୨ ବର୍ଷୀୟା ମାଆକୁ ହତ୍ୟା କଲା ୩୦ ବର୍ଷୀୟ ପୁଅ, ନିଜ ଉପରେ ଗୁଣି ଗାରେଡି କରୁଥିବା ସନ୍ଦେହରେ ହତ୍ୟା

170

ଗୁଣି ଗାରେଡି ସନ୍ଦେହରେ ଜଣେ ୩୦ ବର୍ଷ ବୟସ୍କ ଲୋକ ନିଜର ମାଆକୁ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେଲେଙ୍ଗାନାର ରାଜନ୍ଵାସିରେ ସିଲ୍ଲା ଜିଲ୍ଲାର ବୋଇନପାଲେ ଥାନାର ଅଧିବାସୀ ଶ୍ରୀନିବାସ ନିଜର ୫୨ ବର୍ଷୀୟ ମାଆଙ୍କୁ ନିଜ ବାସଭବନରେ ତଣ୍ଟି ଚିପି ହତ୍ୟା କରିଥିବା ଜଣାଯାଇଛି। ଏହି ଅଘଟଣ ଗତ ୨୩ ତାରିଖରେ ଘଟିଥିଲା। ପୁଲିସ ମୃତକଙ୍କର ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପୁଅ ଶ୍ରୀନିବାସକୁ ଗିରଫ କରିଛି।

ଶ୍ରୀନିବାସର କହିବା ଅନୁଯାୟୀ ସେ ସନ୍ଦେହ କରୁଥିଲା କି, ତା’ମାଆ ଘରେ ଗୁଣି ଗାରେଡ଼ି କରୁଛନ୍ତି। ଆଇପିସିର ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି।ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ବେଙ୍ଗାଲୁରୁରେ ଜଣେ ପୁଅ ମଦ ପିଇବା ପାଇଁ ମାଆଙ୍କୁ ଟଙ୍କା ମାଗିଥିଲା, କିନ୍ତୁ ମାଆ ନଦେବାରୁ ସେ ମାଆଙ୍କୁ ମାରି ଦେଇଥିବା ଖବର ଚର୍ଚ୍ଚାର ବିଷୟ ହୋଇଥିଲା। ସେମିତି ଆସାମରେ ବର୍ଷ ୨୦୦୧ ଓ ୨୦୧୭ରେ ୧୧୪ ଜଣ ମହିଳା ଓ ୭୯ଜଣ ପୁରୁଷଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା ।