ଭାଇ ଓ ଝିଅର ଚିକିତ୍ସା ପାଇଁ ମାଳଦାଠାରୁ କଟକ ପର୍ଯ୍ୟନ୍ତ ଟ୍ରଲିରେ ଯାତ୍ରା ! ଜଣେ ହରେକ ମାଲ ବ୍ୟବସାୟୀଙ୍କ ହୃଦୟ ବିଦାରକ କାହାଣୀ

52

କନକ ବ୍ୟୁରୋ : ଭାଇର ଚିକିତ୍ସା ପାଇଁ ଟ୍ରଲିରେ ବୋହି ବୋହି ପଶ୍ଚିମବଙ୍ଗ ମାଳଦାରୁ କଟକର ଓଲଟପୁର ପର୍ଯ୍ୟନ୍ତ ଦୀର୍ଘ ୭୫୨ କିଲୋମିଟର ଯାତ୍ରା କରିଥିବା ଯୁବକ ଏବେ ଚର୍ଚ୍ଚାରେ । ତେବେ ଏତେ ବାଟ ପୁଣି ଟ୍ରଲିରେ ଆସିବା କଷ୍ଟ ହୋଇଥିଲେ ମଧ୍ୟ ଏହା ସତ୍ୟ । ମିଳିଥିବା ସୂଚନା ଅନୁସାରେ ହିଦ୍ଦିକ ନାମପ ଯୁବକ ଜଣକ କଟକରେ ରହି ବ୍ୟବସାୟ କରନ୍ତି । ତେବେ ନିଜ ଭାଇ ଓ ପରିବାର ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହାସହ ୧୬ ନମ୍ବର ଜାତୀୟ ରାଜପଥରେ ସେ ଏବେ ବେଶ ପରିଚିତ ହୋଇ ଗଲେଣି । ଥରେ ନୁହେଁ ବରଂ ଦୁଇ ଦୁଇ ଥର ନିଜ ଭାଇକୁ ସାଙ୍ଗରେ ଧରିକ ଏହି ରାସ୍ତା ଅତିକ୍ରମ କରିଛନ୍ତି ସେ । ସିଦ୍ଦିକ୍ଙ୍କ ବୟସ ୩୫ ହେବ । ଆଦୈା ପାଠ ପଢିନାହାନ୍ତି ସେ । ତେବେ ପରିବାରର ଭରଣ ପୋଷଣ ସହ ମାନସିକ ରୋଗଗସ୍ତ ଭାଇ ଓ ଜନ୍ମରୁ ମୂକ ଥିବା ଝିଅର ଚିକିତ୍ସା ପାଇଁ ସେ ପଶ୍ଚମବଙ୍ଗର ମାଳଦାଠାରୁ କଟକ ପର୍ଯ୍ୟନ୍ତ ଟ୍ରଲିରେ ଆସିଛନ୍ତି । ଏଠାରେ ସେ ବିଭିନ୍ନ ପ୍ରକାରର ହରେକ ମାଲ ବିକ୍ରି କରୁଛନ୍ତି । ସେହି ହରେକ ମାଲ ବିକ୍ରି କରିବା ପରେ ଯାହା ଯେତେ ଟଙ୍କା ଲାଭ ହୋଇଥାଏ । ସେହି ଟଙ୍କାରେ ସେ ନିଜେ ଚଳିବା ସହ ଘରେ ଥିବା ଭାଇ, ଝିଅ ଓ ପତ୍ନୀ ରହିଛନ୍ତି । ସେମାନଙ୍କ ପାଇଁ ମଧ୍ୟ ଟଙ୍କା ପଠାଇଥାଆନ୍ତି ସିଦ୍ଦିକ ।

ତେବେ ସିଦ୍ଦିକ କହିଛନ୍ତି ଯେ, ମୁଁ ଯେତେବେଳେ ଏଠାରେ ବୁଲୁ ବୁଲି ବେପାର କରେ ସେତେବେଳେ ଅନେକ ମେଡିକାଲ ଉପରେ ନଜର ଦିଏ । କାଳେ କେଉଁଠାରେ ଭାଇ ଓ ଝିଅର ଚିକିତ୍ସା ହୋଇ ପାରିବ । ତେବେ ଏହାରି ମଧ୍ୟରେ ସେ କଟକର ଏକ ମେଡିକାଲରେ ତାଙ୍କର ଭାଇ ଓ ଝିଅର ଚିକିତ୍ସା ହୋଇ ପାରିବ ବୋଲି ସେ ଭାବିଲେ । ଆଉ ପରେ ନିଜ ଗ୍ରାମ ମାଳଦାଠାରୁ କଟକ ପର୍ଯ୍ୟନ୍ତ ନିଜ ଭାଇ ଓ ଝିଅଙ୍କୁ ସେହି ଟ୍ରଲିରେ ବସାଇ ଯାତ୍ରା ଆରମ୍ଭ କରିଛନ୍ତି ସିଦ୍ଦିକ । ତେବେ ମେଡିକାଲରେ ପହଞ୍ଚିବା ପରେ ଡାକ୍ତରଙ୍କ ସହ ଭାଇ ଓ ଝିଅର ଚିକିତ୍ସା ବିଷୟରେ କଥା ହେଲେ । ତେବେ ଡାକ୍ତର କହିଥିଲେ ଯେ, ଏମାନେ ଦୁଇ ଜଣ ଯାକ ପୋଲିଓ ରୋଗରୁ ପେରି ହୋଇଛନ୍ତି । ତେଣୁ ସେମାନଙ୍କ ଚିକିତ୍ସା ଏଠାରେ ସମ୍ଭବ ହୋଇ ପାରିବ ନାହିଁ । ଏହି କଥା ଶୁଣିବା ପରେ ହାଦ୍ଦିକ ନିରାଶ ହୋଇଥିଲେ । ସବୁ ଦଃଖ ଯେପରି ତାଙ୍କ ଉପରେ ଅଜାଡି ହୋଇଗଲା ଆଉ ସେ ଦୁଃଖରିୁ କିପରି ଭାବରେ ନିଜକୁ ବାହାର କରିବେ ସେ ବିଷୟରେ କିଛି ଚିନ୍ତା ମଧ୍ୟ କରିପାରୁନାହାନ୍ତି ହାଦ୍ଦିକ ।

ତେବେ ତାଙ୍କ ଭାଇ ଓ ଝିଅଙ୍କୁ କୈାଣସି ପ୍ରକାର ସରକାରୀ ସୁବିଧା ମିଳୁନଥିବା ସବ ସେମାନଙ୍କ ପାଇଂ ଭିନ୍ନକ୍ଷମ ପ୍ରମାଣ ପତ୍ର କିପରି କରିବେ ତାହା ସେ ଜାଣିନାହାନ୍ତି । ଏହାସହ ମାଳଦାରୁ କଟକ ଆସିବା ପାଇଁ ଅନେକ ଟଙ୍କାର ଆବଶ୍ୟକତା ରହିଛି । ତେଣୁ ସେ ଏତେ ଟଙ୍କା ଆଣିବେ ବା କେଉଁଠୁ । ତେବେ ଏଥିପାଇଁ ନିଜେ ବେପାର ପାଇଁ ରଖିଥିବା ଟ୍ରଲିରେ ନିଜ ଭାଇ ଓ ଝିଅଙ୍କୁ ଧରି ଏପରି ଭାବରେ ଯାତ୍ରା କରିଛନ୍ତି ହାଦ୍ଦିକ । ତେବେ ହାଦ୍ଦିକ କହନ୍ତି ଯେ, ମୋର ଟ୍ରଲିରେ ବିସ୍କୁଟ ଓ ପାଣି ରହିଛି । ବର୍ଷା ହେଲେ ତମ୍ବୁ ଟାଙ୍ଗିବା ସହ ପ୍ରତ୍ୟେକ ଦିନ ୬୦ ରୁ ୭୦ କିଲୋମିଟର ସେ ଯାତ୍ରା କରନ୍ତି ବୋଲି ସେ କହିଛନ୍ତି ।